ଅନୁଗୁଳ ଜିଲ୍ଲାର ତାଳଚେର କୋଇଲା ଖଣି ମଜଦୁର ସଂଘ (ଭାରତୀୟ ମଜଦୂର ସଙ୍ଘ) ପକ୍ଷରୁ ଗତ ୨୩ ତାରିଖଠାରୁ ୫ ଦିନିଆ ଧର୍ମଘଟ କରାଯାଉ ଥିବାବେଳେ ଆଜି ପୋଲିସ ପକ୍ଷରୁ ଏହି ସଂଘର ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ସ୍ଥାନୀୟ ମଙ୍ଗଳମ କ୍ଳବଠାରେ ଅଟକ ରଖାଯାଇଛି l କୋଇଲା ଉଦ୍ୟୋଗରେ ୧00 ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ ନିଷ୍ପତ୍ତିକୁ ବିରୋଧ କରି ସଂଘ ଧର୍ମଘଟକୁ ଓହ୍ଲାଇ ଥିବାବେଳେ,ସମସ୍ତ କୋଇଲା ଖଣିରୁ ଉତ୍ପାଦନ ଓ ପରିବହନ ଗତ ୩ ଦିନ ହେବ ବନ୍ଦ ରହିଛି । ଏଣୁ ବନ୍ଦ ଖଣିକୁ ପୁଣି ଚାଲୁ କରିବାକୁ ତଥା ଖଣି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ପୋଲିସ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି l