Webportal

ଆସାମରେ ବନ୍ୟାର କରାଳ ରୂପ: ୩୩ ଜିଲ୍ଲା ପ୍ରଭାବିତ ସହିତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

sanitry
0 62

ଆସାମରେ କରାଳ ରଚିଛି ବନ୍ୟା । ସ୍ଥିତି ଏବେ ସଙ୍ଗୀନ ହେବାରେ ଲାଗିଛି । ବନ୍ୟା ପାଇଁ ଚାରିଆଡ଼ ଏବେ ଜଳମଗ୍ନ । ୩୩ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୪୨ ଲକ୍ଷ ୨୮ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଏପରିକି ମୃତ୍ୟୁସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ବନ୍ୟା ପାଣିରେ ବୁଡି ୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଭୂସ୍ଖଳନରେ ପ୍ରାଣ ହରାଇଛନ୍ତି । କଛାର ଜିଲ୍ଲାରେ ୩, ବାରପେଟାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ବଜଲୀ, କାମରୂପ, କରୀମଗଞ୍ଜ, ଉଦଲଗୁରୀରେ ଜଣେ ଲଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି ।

ବନ୍ୟା ପ୍ରଭାବିତ ଅଂଚଳରେ ସେନା, ଅର୍ଧସୈନିକ ବଳ, ଏନଡିଆରଏଫ, ଏସଡିଆରଏଫ୍ ଟିମ୍, ରାଜ୍ୟ ପୋଲିସ ବନ୍ୟା ପହଞ୍ଚି ସହାୟତା ଯୋଗାଉଛନ୍ତି । ପାଣି ଘେରରୁ ହାଜର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ୭୪୪ଟି ଅସ୍ଥାୟୀ କ୍ୟାମ୍ପରେ ପୀଡିତଙ୍କୁ ଖାଦ୍ୟ ଓ ପାନୟ ଯୋଗାଇ ଦିଆଯାଉଛି । ପ୍ରାୟ ୨ ଲକ୍ଷ ଲୋକ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

ଏହାମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଗୁରୁବାର ଯାଏଁ ଆସାମରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି । ଯାହାକୁ ନେଇ ଅନେକ ତଳିଆ ଅଞ୍ଚଳର ଲୋକେ ଚିନ୍ତିତ ହୋଇ ପଡିଛନ୍ତି ।

Square Ad 1
Leave A Reply

Your email address will not be published.