Webportal

ଇତିହାସ ଦୋହରିବ ଓ ବଢ଼ିବ ରାହୁଲଙ୍କ ଲୋକପ୍ରିୟତା  ? ୧୦ ବର୍ଷ ତଳେ ଏସଆଇଟି ଯାଞ୍ଚ ପରେ ବଢ଼ିଥିଲା ମୋଦୀଙ୍କ ଗ୍ରାଫ୍

sanitry
0 131

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ଘେରରେ ଗାନ୍ଧୀ ପରିବାର। ରାହୁଲ ଗାନ୍ଧୀ ତଦନ୍ତ ଏଜେନ୍ସି ପାଖରେ ହାଜର ହୋଇଛନ୍ତି ଏବଂ ସବୁ ପ୍ରଶ୍ନର ଜବାବ ଦେଇଛନ୍ତି। ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଠିକ୍‌ ଏହିଭଳି ଏସଆଇଟି ସାମ୍ନାରେ ହାଜର ହୋଇଥିଲେ ଏବଂ ସବୁ ପ୍ରଶ୍ନର ଜବାବ ଦେଇଥିଲେ। ହେଲେ ସେ କୌଣସି ରାଜନୈତିକ ଅଭିଯୋଗ ନକରି ସେହି ମୁସ୍କିଲ ସମୟକୁ ସାମ୍ନା କରିଥିଲେ। ଏବଂ ସେହି ମାମଲାରୁ ବାହାର ହେବାରେ ସକ୍ଷମ ହୋଇଥିଲେ। ଏହାପରେ ମୋଦୀଙ୍କ ଲୋକପ୍ରିୟତା ବଢ଼ିଥିଲା ଏବଂ ପ୍ରଧାନମନ୍ତ୍ରୀ ଆସନରେ ବସିପାରିଥିଲେ। ଏବେ ପ୍ରଶ୍ନ ଉଠିଛି କ’ଣ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ତଦନ୍ତ ପରେ ଲୋକପ୍ରିୟ ହୋଇପାରିବେ? ଏହି  ସମୟ କଂଗ୍ରେସ ପାଇଁ ଟର୍ଣ୍ଣିଂ ପଏଣ୍ଟ ହେବ କି ?

ସୂଚନା ଥାଉକି ଆଜିକୁ ୧୦ ବର୍ଷ ପୂର୍ବେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଥାନ୍ତି। ତାଙ୍କ ଉପରେ ୨୦୦୨ ଗୁଜୁରାଟ ଦଙ୍ଗା ସମୟରେ କାର୍ଯ୍ୟନୁଷ୍ଠାନକୁ ନେଇ ବିଳମ୍ୱତା କରିବା ଭଳି ଗୁରୁତର ଅଭିଯୋଗ ରହିଥିଲା। ଏହି ଅଭିଯୋଗ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏକ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟି ତାଙ୍କୁ ଗୁଜୁରାଟ ଦଙ୍ଗା ଉପରେ ପଚରାଉଚାରା କରିବା ପାଇଁ ନୋଟିସ ପଠାଇଥିଲା। ସେତେବେଳେ ମୋଦୀ କୌଣସି ରାଜନୈତିକ ଅଭିଯୋଗ ନକରି ୨୦୧୦ ମାର୍ଚ୍ଚ ୨୮ ରେ ଏସଆଇଟି ଦପ୍ତରରେ ହାଜର ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ପୁରା ଗୋଟିଏ ଦିନ ଏସଆଇଟିର ଜବାବ ଦେଇଥିଲେ। ଏହି ସମୟରେ ମୋଦୀଙ୍କ ସହ କେହି ନଥିଲେ ଓ ତତ୍କାଳିନ କେନ୍ଦ୍ର ସରକାରଙ୍କ ଉପରେ କୌଣସି ରାଜନୈତିକ ଅଭିଯୋଗ ମଧ୍ୟ ଲାଗିନଥିଲା।

ଅନେକ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା ହେଲା ଗୁଜୁରାଟ ଦଙ୍ଗା ଘଟଣା ପରେ ତତ୍କାଳୀନ କେନ୍ଦ୍ର ସରକାର ଯେଉଁପ୍ରକାର ଘେରିଥିଲେ ଏବଂ ମିଡିଆରେ ଯେଉଁପ୍ରକାର ଏହାକୁ ଟାର୍ଗେଟ କରାଯାଇଥିଲା ଏଥିରେ ମୋଦୀଙ୍କ ଫାଇଦା ହୋଇଥିଲା। ସେ ଏକ ବଡ଼ ବର୍ଗର ଆଇକନ୍‌ ହୋଇ ବାହାରିଲେ ଏବଂ ଲଗାତର ନିଜର ଲୋକପ୍ରିୟତା ବଢ଼ାଇ ଚାଲିଥିଲେ। ତାଙ୍କର ଲୋକପ୍ରିୟତା ଦେଖି ଦଳର କିଛି ବରିଷ୍ଠ ନେତା ନାରାଜ ହୋଇଥିଲେ ମଧ୍ୟ ପରେ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା।

ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ଯେଉଁ ପ୍ରକାର ୨୦୧୨ ରୁ ୧୪ ରେ ବିରୋଧୀ ଦଳ ନେତା ଭାବେ ନରେନ୍ଦ୍ର ମୋଦୀ ୟୁପିଏ ସରକାରଙ୍କ ଉପରେ ଟାର୍ଗେଟ କରିଥିଲେ ଓ ଏହାର ରାଜନୈତିକ ଫାଇଦା ଉଠାଇଥିଲେ, ଏହିପରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ସ୍ଥିତି ମଜବୁତ ରହିଛି। ସେ ଦରଦାମ ବୃଦ୍ଧି, ପେଟ୍ରୋଲ ଦାମ, ବେକାରୀ ସମସ୍ୟା ଓ ଟଙ୍କା ମୂଲ୍ୟ ହ୍ରାସ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିପାରିବେ।

ନ୍ୟାସନାଲ ହେରାଲ୍ଡ ମାମଲାରେ ନେଗେଟିଭ ସ୍ଥିଥି ରହିବା ସତ୍ତ୍ୱେ କଂଗ୍ରେସ ଯେଉଁ ପ୍ରକାର ସକ୍ରିୟ ହୋଇଛି ଏଥିରୁ ରାଜନୈତିକ ଫାଇଦା ମିଳିବା ନେଇ ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି। ତେବେ ଏଥିରୁ ରାଜନୈତିକ ସଫଳତା ପାଇବାକୁ ହେଲେ ରାହୁଲଙ୍କୁ ଅଧିକ ପରିଶମ୍ର କରିବାକୁ ପଡ଼ିବ।

Square Ad 1
Leave A Reply

Your email address will not be published.