ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନର କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି। ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି।ସୂଚନାଯୋଗ୍ୟ ଯେ, ଭୁବନେଶ୍ବରରେ ଆତଙ୍କବାଦୀ ସନ୍ଦେହରେ ଜଣଙ୍କୁ ଉଠାଇ ନେଲା ଏନଆଇଏ ବୋଲି ଆଜି ଦିନରେ ଚର୍ଚ୍ଚା ଜୋର ଥରିଥିଲା।