Webportal

ଏନଟିପିସି ର ପାଇପରୁ ପାଉଁଶ ଯାଇ ପହଁଚିଲା ଲୋକଙ୍କ ଘରେ

sanitry
0 435

ଅନୁଗୁଳ ଜିଲ୍ଲାର ଏନଟିପିସି ତାଳଚେର ଥର୍ମାଲ ପ୍ଲାଣ୍ଟର ଏକ ଆସ ପାଇପ ( ପାଉଁଶ ମିଶ୍ରିତ ପାଉଁଶ ନିର୍ଗତ ହେଉଥିବା ପାଇପ) ଆଜି ଫାଟିଯିବାରୁ ପ୍ରଚୁର ପରିମାଣର ବିଷାକ୍ତ ପାଉଁଶ ମିଶା ପାଣି ସ୍ଥାନୀୟ ଜଗନ୍ନାଥପୁର ଗ୍ରାମ ନିକଟରେ ଯାଇଥିବା ମୁଖ୍ୟ ରାସ୍ତା ଓ ପାଶ୍ୱବର୍ତୀ କିଛି ଲୋକଙ୍କ ଘର ଭିତରେ ମାଡି ଯାଇଛି । ଫଳରେ ପ୍ରାୟ ୧୨ଟି ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି l ପ୍ଲାଣ୍ଟର ଏହି ଆସ ପାଇପରୁ ତରଳ ପାଉଁଶ ଏମସିଏଲ ର ପରିତ୍ୟକ୍ତ କୋଇଲାଖଣିରେ ପଡୁଥିବା ବେଳେ ଆଜି କୌଣସି କାରଣରୁ ଏହି ପାଇପ ଫାଟି ଯାଇଥିଲା l ଚାହୁଁ ଚାହୁଁ ଏହା ଚାରିଆଡ଼େ ବ୍ୟାପି ଘରଦ୍ୱାରରେ ପଶି ଯାଇଥିଲା l ଫଳରେ ଲୋକଙ୍କ ଆସବାବପତ୍ର ସହ,ରୋଷେଇ ସାମଗ୍ରୀ,ଜଳାଶୟ,ଅଟାକଳ,ଚାଷ ଜମି ଆଦି ପ୍ରଭାବିତ ହୋଇଥିବାର ଲୋକେ ଅଭିଯୋଗ କରିଛନ୍ତି l ଏଥିସକାଶେ ସ୍ଥାନୀୟ ଲୋକେ ଉପଯୁକ୍ତ କ୍ଷତିପୂରଣ ଦାବୀ କରିଛନ୍ତି l ତାଳଚେର ଥର୍ମାଲ ପ୍ଲାଣ୍ଟର ଉକ୍ତ ଆସ ପାଇପ ବାରମ୍ବାର ଫାଟୁ ଥିବା ଫଳରେ ଲୋକେ କ୍ଷତିଗ୍ରସ୍ତ ହେଉଛନ୍ତି l ପୂର୍ବରୁ ମଧ୍ୟ ଏଭଳି ପାଇପ ଫାଟି ବହୁ କ୍ଷୟକ୍ଷତି ହୋଇଥିଲା l ତଥାପି ତାଳଚେର ଥର୍ମାଲ କର୍ତ୍ତୃପକ୍ଷ ଚେତୁ ନାହାଁନ୍ତି l ଏବେ ପୁଣି ପାଇପ ଫାଟି ବହୁ କ୍ଷତି ଘଟିଛି l ବର୍ତମାନ ପ୍ରଭାବିତ ଲୋକେ ଶୀଘ୍ର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି lନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀଦିଆଯାଇଛି l ଅପରପକ୍ଷେ ପ୍ଲାଣ୍ଟ କର୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଏଭଳି ଘଟଣା କିପରି ଓ କାହିଁକି ଘଟିଲା ସେ ସମ୍ପର୍କରେ ମାନବ ସମ୍ବଳ ଅଧିକାରୀ ଚରଣଜିତ କୁମାର ଙ୍କୁ ପଚରା ଯିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ l ଅନ୍ୟପଟେ TTPS ର ଗ୍ରୁପ ଜେନରାଲ ମ୍ୟାନେଜ (GGM) ଙ୍କ କହିବା କଥା ବେଶି କିଛି କ୍ଷତି ହୋଇନାହିଁ । ଯଦି କିଛି ହୋଇଥାଏ ତେବେ ଘଟଣାର ଅନୁଧ୍ୟାନ କରି କ୍ଷତିପୂରଣ ଦିଆଯିବ ।

Square Ad 1
Leave A Reply

Your email address will not be published.