ସେନାବାହିନୀ ପାଇଁ ଖାଲିଥିବା ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଆଗାମୀ ୨୨ ଏପ୍ରିଲରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏକ ନିଯୁକ୍ତି ଶିବିର ରାଉରକେଲା ର ଉଦିତନଗର ପରେଡ଼ ପଡ଼ିଆରେ ଅନୁଷ୍ଠିତ ହେବ।ଏହି ସୂଚନା ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଛି।୭ ଦିନ ଧରି ହେବାକୁ ଥିବା ଏହି ଶିବିରରେ ଭାରତୀୟ ସେନାବାହିନୀର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ।ଏହି ଶିବିରରେ ରାଜ୍ୟର ୧୦ଟି ଜିଲ୍ଲା ଯଥା ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଦେଓଗଡ, ଢେଙ୍କାନାଳ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଇଛୁକ ପ୍ରାର୍ଥୀମାନେ ଭାଗ ନେଇପାରିବେ।ଏଥିପାଇଁ ଅନଲାଇନ ଆବେଦନ ଫେବ୍ରୁଆରୀ ୨୨ରୁ ଆରମ୍ଭ ହୋଇଛି ଯାହା ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।ଶିବିରରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ପାଖକୁ ବିଭାଗ ପକ୍ଷରୁ ଇମେଲ ମାଧ୍ୟମରେ ଆଗାମୀ ୭ ଏପ୍ରିଲରୁ ୧୩ ଏପ୍ରିଲ ୨୦୨୦ ମଧ୍ୟରେ ଆଡ଼ମିଟ କାର୍ଡ ପଢ଼ାଯିବ।
