ନିଜ କାର୍ଯ୍ୟକଳାପକୁ ବିହାରର JDUର ବିଧାୟକ ଗୋପାଳ ମଣ୍ଡଳ ବିବାଦକୁ ଆସିଛନ୍ତି । ସେ ଦିଲ୍ଲୀରୁ ପାଟଣା ଯାଉଥିବା ସମୟରେ ଏପରି କାମ କଲେ ଯେ, ହଙ୍ଗାମା ହୋଇଗଲା । ସହଯାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ବିଧାୟକ ମାରପିଟ୍ କରିବାକୁ ଅଣ୍ଟା ଭିଡିଥିଲେ ଓ ଗୁଳି କରିବାକୁ ଧମକ ଦେଇଥିଲେ ।ମିଳିଥିବା ଖବର ମୁତାବକ, ପାଟଣା-ଦିଲ୍ଲୀ ତେଜସ ଟ୍ରେନରେ ଯାତ୍ରା କରୁଥିବା ବେଳେ ବିଧାୟକ ଗୋପାଳ ମଣ୍ଡଳ ଅଣ୍ଡରୱିଅର ବା ଚଡ଼ି ପିନ୍ଧି ବୁଲୁଥିଲେ । ଏନେଇ ସହଯାତ୍ରୀମାନେ ଚଡ଼ିରେ ବୁଲିବାକୁ ମନା କରିବାକୁ ବିଧାୟକ ରାଗି ଯାଇ ମାରପିଟ୍ କରିବାକୁ ପ୍ରସ୍ତୁତ ହୋଇଗଲେ । ସେମାନଙ୍କୁ ଗାଳି କରିବା ସହ ବିଧାୟକ ଧମକ ଦେଇଥିଲେ । ସହଯାତ୍ରୀ ଅଭିଯୋଗ କରିଛନ୍ତି ଯେ, ବିଧାୟକ ଚଡ଼ିରେ ଟ୍ରେନରେ ବୁଲୁଥିରେ, ଯାହାର ଆମେ ବିରୋଧ କରିଥିଲୁ । ଯେପର୍ଯ୍ୟନ୍ତ ସେ ବିଧାୟକ ବୋଲି ଆମକୁ ଜଣାନଥିଲା । ଘଟଣାକୁ ନେଇ ଆରପିଏଫରେ ଅଭିଯୋଗ ପରେ ତାଙ୍କ କୋଚ୍ ବଦଳ କରାଯାଇଥିଲା ।