Webportal

ଓଡ଼ିଶାର ୩୩୨୩ ଗ୍ରାମକୁ ରାସ୍ତା ନାହିଁ

ଦାୟୀ କିଏ?ଉଭୟ ପ୍ରଶାସକ ଓ ସରକାର

sanitry
0 193

ଘୋର ଲଜ୍ୟାର ବିଷୟ, ବିଭିନ୍ନ ଯୋଜନା, ସରକାରୀ କାର୍ଯ୍ୟକ୍ରମ ଓ ସରକାରୀ କର୍ମଚାରୀ, ନେତା ଆଦିଙ୍କ ଉପରେ ନାନା ଆଳରେ ପାଣି ଭଳି ପଇସା ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟର ୩୩୨୩ ଗ୍ରାମକୁ ରାସ୍ତା ନାହିଁ, ଏ କଥା ବିଧାନସଭା ରେ ସ୍ୱୀକାର କରିଛନ୍ତି ଖୋଦ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା।ଏଠି ପାଇଁ ୧୯୫୫୨୪.୦୧ ଲକ୍ଷ ଟଙ୍କା ଆବଶ୍ୟକ ଥିବା କଥା ମଧ୍ୟ ମନ୍ତ୍ରୀ କହିଛନ୍ତି ଓ ଏହା ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି।କିନ୍ତୁ ବଡ଼ ପ୍ରଶ୍ନ ଉଠେ କି ସ୍ୱାଧୀନତା ର ଏତେ ବର୍ଷ ପରେ ମଧ୍ୟ ଅଗ୍ରାଧିକାର ଭିତିରେ ରାସ୍ତା ନିର୍ମାଣ ନ କରି ଲୋକଙ୍କୁ ମୁଖ୍ୟ ସ୍ରୋତରୁ ବଞ୍ଚିତ କରିବା ପାଇଁ କିଏ ଦାୟୀ? ନିଶ୍ଚିତ ଭାବରେ ସମୟ ସମୟରେ ଥିବା ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲା ତଥା ରାଜ୍ୟର ପଦସ୍ଥ ଅଧିକାରୀ ମାନେ।ଯଦି ଦାଇତ୍ଵ ରେ ଥିବା ଲୋକେ ଏମିତି ଖାମଖିଆଲ ମନୋଭାବ ରଖିବେ ତେବେ ଦେଶର ଉନ୍ନତି କଥା କେବଳ ଭାଷଣ ଏବଂ କାଗଜପତ୍ର ରେ ସୀମିତ ହୋଇ ରହିଯିବା ସ୍ୱାଭାବିକ।

Square Ad 1
Leave A Reply

Your email address will not be published.