Webportal
Adarasha College

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ

ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ

sanitry
0 63

ଓଡ଼ିଶା ପ୍ରଶାସନିକ ସେବା-୨୦୨୨ ମେନ୍ (ଲିଖିତ) ପରୀକ୍ଷାରେ ମୋଟ ୧୩୬୭ଜଣ ପ୍ରାର୍ଥୀ କୃତକାର୍ଯ୍ୟ।ସେପ୍ଟେମ୍ବର ୯ତାରିଖରୁ ଏହି ପ୍ରାର୍ଥୀମାନଙ୍କର ଡକ୍ୟୁମେଂଟ ଯାଂଚ ଓ ପର୍ସନାଲଟି ଟେଷ୍ଟ କରାଯିବ।ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ବିଜ୍ଞାପନ ଜାରି ହୋଇଥିଲା। ଗତ ୨୦୨୪ ଫେବୃୟାରୀ ୨୫ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ମେନ୍ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ, ଓଡ଼ିଶା ପ୍ରଶାସନିକ ସେବା-୨୦୨୨ରେ ମୋଟ ୩୯୯ଟି ବିଭିନ୍ନ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ୩୯୯ଟି ପଦବୀ(୧୩୧ଟି ମହିଳାଙ୍କ ପାଇଁ) ମଧ୍ୟରେ ଏସଇବିସିଙ୍କ ପାଇଁ ୩୮ଟି, ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୬୦ଟି, ଅନୁସୂଚିତ ଜନଜାତିଙ୍କ ପାଇଁ ୭୨ଟି, ଭିନ୍ନକ୍ଷମଙ୍କ ପାଇଁ ୩୨ଟି ସଂରକ୍ଷିତ ରହିଛି। ବାକି ୨୨୯ଟି ପଦବୀ ଅଣସଂରକ୍ଷିତ ବର୍ଗଙ୍କ ପାଇର୍ ଉଦ୍ଦିଷ୍ଟ ଥିବା ଜଣାପଡ଼ିଛି।

Onida Ad
Square Ad 1
Leave A Reply

Your email address will not be published.