Webportal

ଓଡ଼ିଶା ହିନ୍ଦୁ ପ୍ରଜା ସମିତିର ପ୍ରଶ୍ନ; ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ନ୍ୟାୟ ମିଳିଲା ନାହିଁ କାହିଁକି।

sanitry
0 62

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରାଠାରେ ଓଡିଶା ହିନ୍ଦୁ ପ୍ରଜା ସମିତି ଆନୁକୁଲ୍ୟରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ହିନ୍ଦୁ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ଉପସ୍ଥିତ ହୋଇ ଆଜି ଭାରତରେ ଭବ୍ୟ ରାମମନ୍ଦିର ହୋଇପାରିଲା ଅଥଚ ଓଡିଶାରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ନ୍ୟାୟ ମିଳିଲା ନାହିଁ କାହିଁକି ବୋଲି ପ୍ରଶ୍ନ କରିଥିଲେ । ବାବର ରାମମନ୍ଦିର ଭାଙ୍ଗିଥିଲା । ଆଜି ସେଠାରେ ପୁଣିଥରେ ଭବ୍ୟ ରାମମନ୍ଦିର ଗଢା ଚାଲିଛି । ଏତେ ବଡ କାମ ଆଜି ଭାରତରେ ହୋଇପାରିଲା । ଅଥଚ ୨୦୦୮ ରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଥିଲେ ମଧ୍ୟ ଆଜି ଯାଏଁ ହତ୍ୟାକାରୀମାନଙ୍କୁ ଦଣ୍ଡ ମିଳିଲା ନାହିଁ । ଏହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ଇଂ . ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି । ମହାତ୍ମା ଦିଲ୍ଲେଶ୍ଵରାନନ୍ଦ ଏହି ହିନ୍ଦୁ ସମ୍ମିଳନୀରେ ଉପସ୍ଥିତ ହୋଇ ପରମ ତତ୍ଵ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।

Square Ad 1
Leave A Reply

Your email address will not be published.