Webportal

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି

ତାମିଲ ପାଣ୍ଡିୟାନ ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଅସ୍ମିତା ବିପଦରେ ହରିୟାଣା ର ମନୋଜ ଆହୁଜା ମୂଖ୍ୟ ଶାସନ ସଚିବ ହେଲେ ଓଡିଆ ଅସ୍ମିତା ସୁରକ୍ଷିତ

sanitry
0 174

ଓଡିଆ ଅସ୍ମିତା ନାଁରେ ଲୋକଙ୍କୁ ଆଜି ଯାଏଁ ଭୁଆଁ ବୁଲେଇ ଆସିଛି ବିଜେପି।ନିର୍ବାଚନ ସମୟରେ ଓଡିଆ ଅସ୍ମିତା ର ଭାଷଣ କେବଳ ଜିତିବା ପାଇଁ । ସରକାର ଗଠନ ପରେ ଓଡିଆ ଅସ୍ମିତା ର କଥା ବର୍ତ୍ତମାନ ପାଇଁ ଅତୀତ।ତାମିଲ ପାଣ୍ଡିୟାନ ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଅସ୍ମିତା ବିପଦରେ।ହରିୟାଣା ର ମନୋଜ ଆହୁଜା ମୂଖ୍ୟ ଶାସନ ସଚିବ ହେଲେ ଓଡିଆ ଅସ୍ମିତା ସୁରକ୍ଷିତ।ଆମେ ପୂର୍ବରୁ ବି କହୁଛୁ ଯେ ଅନାବଶ୍ୟକ ଭାବରେ କେବଳ ରାଜ୍ୟର ନୀରିହ ଜନତାଙ୍କୁ ପ୍ରକୃତ ସମସ୍ୟାରୁ ବାଟବଣା କରିବା ପାଇଁ ଭାରତୀୟ ଜନତା ଦଳର ତମାମ ରାଜ୍ୟସ୍ତରୀୟ ଓ ଜାତୀୟ ସ୍ତରର ନେତାମାନେ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସମୟରେ ବାରମ୍ବାର ଓଡିଆ ଅସ୍ମିତା ବିପଦରେ ଅଛି କହି ତାକୁ ମୁଖ୍ୟ ମୂଦା କରିବାରେ ସକ୍ଷମ ହୋଇଥିଲେ। ସେତେବେଳେ ବିଜେପି ନେତାଙ୍କର ଏହି ଓଡିଆ ଅସ୍ମିତା କଥା ବାରମ୍ୱାର କହି ଭୋଟ ଭିକ୍ଷା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଲାଗିଥିଲା। ଏହା ଏବେ ପ୍ରମାଣିତ ହୋଇଛି। ଯଦି ନବୀନ ପଟ୍ଟନାୟକ ତାମିଲନାଡୁର ବ୍ୟକ୍ତି ଭି କେ ପାଣ୍ଡିୟାନ ଙ୍କୁ ରାଜ୍ୟ ର ଶାସନ ବ୍ୟବସ୍ଥା ଦେଖିବାର ଦାୟିତ୍ୱ ଦେବେ ତେବେ ଜଣେ ତାମିଲ ଓଡ଼ିଶାର ଶାସନ ବ୍ୟବସ୍ଥା ଦେଖିଲେ ଓଡିଆ ଲୋକଙ୍କର ବା ଓଡିଆ ଅସ୍ମିତା ବିପଦରେ ପଡ଼ିଯିବ। କାରଣ ଜଣେ ଓଡିଆ ବ୍ୟକ୍ତି ବଦଳରେ ଜଣେ ଅଣଓଡିଆ ବ୍ୟକ୍ତି ରାଜ୍ୟ କଥା ବୁଝିଲେ ଓଡ଼ିଆଙ୍କ ପାଇଁ ଏହା ଅପମାନ ଓ ଓଡିଆ ଅସ୍ମିତା ବିପଦରେ ପଡ଼ି ଯିବ ବୋଲି ତମାମ ବିଜେପି ନେତା ନିର୍ବାଚନ ସମୟରେ କହିଥିଲେ। ସେମାନେ ଭୋଟ ପାଇବା ନିଶାରେ ଦେଶ ଗୋଟିଏ ଆଉ ଏଠି ଓଡିଆ ଅଣଓଡ଼ିଆ ଶବ୍ଦର କୌଣସି ସ୍ଥାନ ନାହିଁ ବୋଲି ମାନିବାକୁ ପ୍ରସ୍ତୁତ ନ ଥିଲେ। କିନ୍ତୁ ଏବେ ଯେତେବେଳେ ରାଜ୍ୟର ଶାସନଭାର ବିଜେପିକୁ ମିଳିଛି, ଏହି ସମୟରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଜୁନ ୩୦ ରେ ଅବସର ଗ୍ରହଣ କରିବେ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ବିଜେପି ସରକାର ଯେତେବେଳେ ଓଡ଼ିଶା ପାଇଁ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି କରିବାକୁ ଖୋଜାଖୋଜି କଲେ ତାଙ୍କୁ ହରିୟାଣାର ମନୋଜ ଆହୁଜା ସବୁଠାରୁ ବୋଧହୁଏ ଯୋଗ୍ୟ ବ୍ୟକ୍ତି ଜଣାପଡ଼ିଲେ। ତେଣୁ ତୁରନ୍ତ ମନୋଜ ଆହୁଜାଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦିଆଗଲା। ଆମେ କଦାପି ମନୋଜ ଆହୁଜାଙ୍କ ମୁଖ୍ୟ ଶାସନ ସଚିବ ପଦବୀରେ ନିଯୁକ୍ତି ହେବାକୁ ବିରୋଧ କରୁନାହୁଁ। ସମ୍ବିଧାନ ଜାତି ଧର୍ମ ବର୍ଣ୍ଣ ଓ ଭୌଗଳିକ ଅବସ୍ଥିତି ସବୁକୁ ନେଇ ଦେଶର ପ୍ରତ୍ୟେକ କୋଣର ଲୋକଙ୍କୁ ସମାନ ମାନ୍ୟତା ଓ ଅଧିକାର ଦେଇଛି। ତେଣୁ ଯେତେବଳେ ଯେଉଁ ପଦବୀ ପାଇଁ ଯିଏ ଅଧିକ ଯୋଗ୍ୟ ବୋଲି ବିବେଚିତ ହେଉଛି ସେ ଯେଉଁ ରାଜ୍ୟର ମୂଳ ବାସିନ୍ଦା ହେଲେ ମଧ୍ୟ ସେତେବେଳ ତାକୁ ହିଁ ସେହି ପଦବୀରେ ନିଯୁକ୍ତି ମିଳିବା ଉଚିତ। ଆଉ ଏମିତି କରିବା ଦ୍ଵାରା କୌଣସି ଜାତିର ଅସ୍ମିତା ଉପରେ ବିପଦ ଆସିବ ନାହିଁ। ଏହି ଅସ୍ମିତା ବିପଦରେ ଅଛି ପ୍ରଶ୍ନକୁ ନେଇ ହିନ ରାଜନୀତି ତୁରନ୍ତ ବନ୍ଦ ହେବା ଆବଶ୍ୟକ। ସେ ଦେଶ ମଧ୍ୟରେ କୌଣସି ବି ପ୍ରଭାବଶାଳୀ ରାଜନୈତିକ ଦଳ ହେଉ ପଛେ।

 

Square Ad 1
Leave A Reply

Your email address will not be published.