ପଞ୍ଜାବର ମୁଖ୍ୟମନ୍ତ୍ରୀ ଦାଇତ୍ୱ ସମ୍ଭାଳିବାକୁ ଯାଉଥିବା ଆମ ଆଦମୀ ପାର୍ଟ ର ନେତା ଭଗବନ୍ତ ମାନଙ୍କ ବିଷୟରେ କିଛି ଜାଣିବା ଜରୁରୀ।
ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ରାଜଭବନ ବଦଳରେ ସହିଦ ଭଗତ ସିଂହଙ୍କ ଜନ୍ମସ୍ତାନରେ ଶ୍ରୀ ମାନ ଶପଥ ଗ୍ରହଣ କରିବ। ସେ ହେଲେ ଦଳର ପ୍ରତିଷ୍ଠାତା ଅରବିନ୍ଦ କେଜରିବାଲ ଙ୍କର ଜନମତ ଦ୍ୱାରା ସଂଗ୍ରହ ତଥ୍ୟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ।
କିନ୍ତୁ ପୂର୍ବରୁ ସଂସଦ ଅଧିବେଶନ ରେ ଯୋଗ ଦେବା ସମୟରେ ତାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ରହିଛି।ପ୍ରଥମଟି ହେଲା ସେ ସଂସଦ ଭିତରକୁ ଯିବାର ଭିଡିଓ ଉତ୍ତୋଳନ କରି ସାର୍ବଜନୀନ କରିଥିଲେ ଯେଉଁଥିରେ ସଂସଦର ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ସାର୍ବଜନୀନ ହୋଇଥିଲା।ଦ୍ଵିତୀୟ ଟି ହେଉଛି ସେ ସଂସଦକୁ ମଦ ପିଇ ଆସୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା।ଶ୍ରୀ ମାନ ଭବିଷ୍ୟତରେ ମଦ ନ ପିଇବା ଶପଥ ତାଙ୍କ ମାଙ୍କ ସାମନାରେ ନେଇଥିଲେ।
ତେଣୁ ଏବେ ଦେଖିବାକୁ ହେବ ଭଗବନ୍ତ ମାନ କିପରି ନିଜର ପୂର୍ବ ଅଭ୍ୟାସ ସବୁ ଛାଡି ଅରବିନ୍ଦ କେଜରିବାଲ ଙ୍କ ଭରସା ରକ୍ଷାକରି ପଞ୍ଜାବକୁ ଏକ ଜନତାଙ୍କ ଆଶାନୁରୂପ ଶାସନ ଦେବାରେ ସଫଳ ହେଉଛନ୍ତି।