Webportal

କମ୍ବିଂ ଅପରେସନ ରେ ମାଓବାଦୀ ମୃତ

ସୂଚନା ଦେଲେ ଡି ଆଇ ଜି

sanitry
0 117

ଠିକାଦାର ରାଜିନ୍ଦ୍ର ସାହୁ ଓ ବାବୁପଦରର ଭୀମ ଦୋରା ହତ୍ୟାକାଣ୍ଡ ପରେ ପୋଲିସ କୁମ୍ବିଂ ଆପରେସନକୁ ଜୋରଦାର କରିଛି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୋଟବୁଣ୍ଡେଲ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଭବାନିପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ହିମାଂଶୁ ଲାଲ । ମୃତକ ମାଓବାଦୀ ଦିକ୍ଷୀତ ସାହା ଇନ୍ଦ୍ରାବତୀ ଦଲମ ଗୃପ୍ ର ସଦସ୍ୟ । ଏଠାରେ ପୋଲିସ ପକ୍ଷରୁ କୁମ୍ବିଂ ଆପରେସନ ଜାରି ରହିଛି  । ବାବୁପଦର ଭୀମ ଦୋରା ହତ୍ୟା ପରେ ଜାରି କୁମ୍ବିଂ ବେଳେ ମାଓବାଦୀ ସହ ମୁହାଁମୁହିଁ ହୋଇଛି । କ୍ୟାମ୍ପ ରୁ ଛଅ ରୁ ସାତ ମାଓବାଦୀ ଛତ୍ରଭଙ୍ଗ ଦେବାରେ ସଫଳ ହୋଇଥିବା ବେଳେ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଭୟଭିତ ନ ହୋଇ କୌଣସି ସହାୟତା ପାଇଁ ପୋଲିସ କୁ ସହଯୋଗ କରିବାକୁ ଡିଆଇଜି ଅପିଲ କରିଥିଲେ ।
ଏଠାରେ ପ୍ରକାଶ ଯୋଗ୍ୟଯେ, ଗତ ରବିବାର ଦିନ ପାହାଡପଦର  ହାଟରେ ଦିନ ଦ୍ବିପହରରେ ଠିକାଦାର ରାଜିନ୍ଦ୍ର ସାହୁଙ୍କୁ ଗୁଳି ମାରି ହତ୍ୟା କରିଥିଲେ ମାଓବାଦୀ । ଏହି ଘଟଣାର ୧୦ ଘଣ୍ଟା ନପୁରୁଣୁ ବାବୁପଦର ଗାଁର ଭୀମ ଦୋରାକୁ ପୋଲିସ ଇନଫରମର ବୋଲି ଦାୟୀକରି ରାତିରେ ଘରୁ ଡାକିନେଇ ହତ୍ୟା କରିଥିଲେ ମାଓବାଦୀ । ଏହାପରେ ମଙ୍ଗଳବାର ଦିନ ସକାଳୁ ମୁସାନାଲ ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ସିପିଆଇ (ମାଓବାଦୀ) କଳାହାଣ୍ଡି ଏରିଆ କମିଟି ନାମରେ ଜାରି ହୋଇଥିବା ଏହି ପୋଷ୍ଟରରେ ପୋଲିସ ଇନଫରମର ଯୋଗୁଁ ଭୀମ ଦୋରାକୁ ହତ୍ୟା କରାଯାଇଥିବା ସୂଚିତ କରିଥିଲେ ମାଓବାଦୀ । ଏହାସହ ପୋଲିସ ଇନଫରମର ମାନଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ।
ତେବେ ଗୋଟିଏ ଦିନରେ ପୃଥକ୍ ପୃଥକ୍ ସ୍ଥାନରେ ଦୁଇଜଣଙ୍କୁ ମାଓବାଦୀମାନେ ହତ୍ୟା କରିବାପରେ ପୁଲିସ କୁମ୍ବିଂ ଅପରେସନ ଆରମ୍ଭ କରିଥିଲା । ଏଥିରେ ପୋଲିସ ଓ ମାଓବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପଟେ ମାଓ କ୍ୟାମ୍ପରୁ ୬/୭ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଆଜି ଦିନବେଳା ଧଡେଲ ଛକଠାରୁ ଲିଟିବୁନ୍ଦଲୀ ପର୍ଯ୍ୟନ୍ତ ୫ କିମି ରାସ୍ତାରେ କିଏ ବି ଜାତାୟତ କରୁନଥିଲେ କି କାଉ କୋଇଳିର ଶୋର ଶବ୍ଦ ମଧ୍ୟ ଦେଖିବାକୁ ମିଳିନଥିଲା । ପୋଲିସ ଏନକାଉଣ୍ଟରରେ ମାଓବାଦୀ ନିହତ ହୋଇଥିବା ଗାଁ କୋଟବୁଣ୍ଡେଲ ଠାରୁ ମାତ୍ର ଗୋଟିଏ କିମି ଦୂରରେ ରହିଛି  ଲିଟିବୁନ୍ଦଲୀ ଗାଁ । ଏହି ଗାଁ ମଧ୍ୟ ନିସ୍ତବ୍ଧ ହୋଇଯାଇଛି । ଗାଁର ୯୫ଟି ପରିବାର ଭୟର ବାତାବରଣ ମଧ୍ୟରେ କବାଟକିଳି ଘରଭିତରେ ରହିଥିବା ଦେଖିବାକୁ ମିଳିଛି ।

Square Ad 1
Leave A Reply

Your email address will not be published.