Webportal

କରଞ୍ଜିଆରେ ବଢ଼ିଚାଲିଛିି ହାତୀ ଉପଦ୍ରବ: ଦିନରେ ଜଙ୍ଗଲ ବାସସ୍ଥାନ ଓ ରାତିରେ ଗାଁ ରେ ଉତ୍ପାତ

sanitry
0 63

ହାତୀପଲ ଭାଙ୍ଗି ଦେଉଛନ୍ତି ଘର । ଦିନରେ ଜଙ୍ଗଲରେ ରହୁଥିବା ହାତୀପଲ ରାତି ହେଲେ ଖାଦ୍ୟ ଖୋଜି ଖୋଜି ଗାଁ ଆଡକୁ ମାଡି ଆସୁଛନ୍ତି । ଗାଁରେ ଚାଷ ନଷ୍ଟ କରିବା ସହ ବାସ ମଧ୍ୟ ନଷ୍ଟ କରି ଦେଉଛନ୍ତି । ମୟୂରଭଂଜ ଜିଲ୍ଲା କରଂଜିଆ ବନଖଣ୍ଡରେ ୨୩ଟିକିଆ ଝାଡଖଣ୍ଡି ହାତୀପଲ ଉପଦ୍ରବ କରୁଛନ୍ତି । ଏହି ବନଖଣ୍ଡର ବିଭିନ୍ନ ଅଂଚଳରେ ହାତୀପଲ ବେଶ କିଛି ଦିନ ହେଲା ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ଦେଉଛନ୍ତି । ଏବେ ସୁକୃଲି ବ୍ଲକ ଅନ୍ତର୍ଗତ ମନହୋରପୁର ଜଙ୍ଗଲରେ ୧୪ଟି ହାତୀ ଥିବା ବେଳେ କୁଜିଆମ ଜଙ୍ଗଲରେ ୯ଟି ହାତୀ ଅଛନ୍ତି । ଏହି ହାତୀପଲ କରଂଜିଆ, ସୁକୃଲି ଏବଂ ରରୁଆ ବ୍ଲକରେ ପ୍ରାୟ ୫୦ରୁ ଅଧିକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି । ମାସେ ଭିତରେ ୩୦ରୁ ଅଧିକ ଘର ଭାଙ୍ଗି ଦେଇଥିବା ସୂଚନା ମିଳିଛି । ହାତୀପଲଙ୍କୁ ଘଉଡେଇବା ପାଇଁ ବନବିଭାଗ ପକ୍ଷରୁ ଯେତେ ଉଦ୍ୟମ କଲେ ବି ସଫଳ ହେଉନାହିଁ ।

Square Ad 1
Leave A Reply

Your email address will not be published.