ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କରୋନା ର ମୁକାବିଲା କରିବା ପାଇଁ ଜିଲ୍ଲାର ବ୍ଲକ ଗୁଡିକରେ ଏନଜିଓ ମାନଙ୍କର ସହାୟତା ଲୋଡିଛନ୍ତି।ଏଥିପାଇଁ ସ୍ୱୀକୃତିପ୍ରାୟ ଏନଜିଓ ମାନଙ୍କର ତାଲିକା ତଳେ ଦିଆଗଲା।
ପ୍ରଶାସନ ସହ ମିଳିତ ଭାବେ ଏନଜିଓ ଗୁଡିକର ଦାଇତ୍ୱ ରହିବ: କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ବାହାର ରାଜ୍ୟ ତଥା ଦେଶରୁ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ, କ୍ୱାରେଣ୍ଟଟାଇନ ସୁବିଧାର ପରିଚାଳନା ପାଇଁ ସହାୟତା ଓ ସହଯୋଗ କରିବା, ସ୍ଥାନୀୟ ଏବଂ ବାହାରୁ ଆସୁଥିବା ଶ୍ରମିକଙ୍କ ହିସାବ/ଚିହ୍ନଟ, ସାମାଜିକ କାଉଁସିଲିଂ, ଖାଦ୍ୟ ଓ ସାମଗ୍ରୀ ସହାୟତା ଯୋଗାଣ ଆବଶ୍ୟକ ଲୋକଙ୍କୁ,ବୟସ୍କ ଶାରୀରିକ ଓ ମାନସିକ ବିକଳାଙ୍ଗଙ୍କୁ ସାହାଯ୍ୟ, ଗ୍ରାମପଞ୍ଚାୟତ ଓ ୱାର୍ଡ ଗୁଡ଼ିକରେ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଖାଦ୍ୟ ଯୋଗାଣ ର ସମୀକ୍ଷା ଓ ବାହାରୁ ଆସୁଥିବା, ଗରିବ ଆଦି ଲୋକଙ୍କୁ ଜୀବିକା ନିର୍ବାହରେ ସାହାଯ୍ୟ କରିବା ପାଇଁ ଯୋଜନାର ପ୍ରସ୍ତୁତି ଓ ଉନ୍ନତିକରଣ।