କଡା ସଡକ ସୁରକ୍ଷା ଅଭିଯାନ ସତ୍ତ୍ୱେ ଲୋକେ ବେପରୁଆ। ଅନୁଗୁଳ ସହର ଜାତୀୟ ରାଜପଥ ୫୫ରେ ସଡକ ଦୁର୍ଘଟଣା ରେ ଦୁଇ ମୃତ। ଟ୍ରକ ଚାପାରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ଗୋଲାବନ୍ଧ ଗ୍ରାମର ବୋଲି ଜଣା ପଡ଼ିଛି । ସକାଳ ପ୍ରାୟ ୯ଟା ସମୟରେ ସ୍ୱାମୀ ସ୍ତ୍ରୀ ଉଭୟ ଏକ ସ୍କୁଟି ରେ ଜାତୀୟ ରାଜପଥ ରେ ଯାଉଥିବା ବେଳେ ଏସ ପି ଅଫିସ ଆଗରେ ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଧକ୍କା ଦେଇଥିଲା । ଟ୍ରକ ତଳ ଉଭୟ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା ଯାହାକୁ ଅନୁଗୋଳ ପୋଲିସ ପହଞ୍ଚି ନିୟନ୍ତ୍ରଣ କରିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଜବତ କରାଯାଇଛି।

Next Post