ଅନୁଗୁଳ ଜିଲ୍ଲା
ନାଲକୋନଗର ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ଧୂଳିଝଡ଼ ହେବା ସହ ବର୍ଷା ଓ ଝଡତୋଫାନ ରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ବେଗରେ ପବନ ବହିବା ଯୋଗୁଁ ନାଲକୋ କଲୋନୀ ଭିତରେ ବଡ଼ ବଡ଼ ଦ୍ରୁମ ଉପୁଡି ପଡିଛି । ସେହିପରି କେତେକ ସ୍ଥାନରେ ବଡ ବଡ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଯାଇଛି। ଜଗନ୍ନାଥ ମନ୍ଦିର ପାଖରେ ଆଜବେଷ୍ଟ ଉପରେ ବଡ଼ ଗଛ ପଡି ରହିଛି। ଏହି କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ଗଛ ପଡି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡିଛି ତ ଆଉ କେଉଁଠି ଘର ଉପରେ ଗଛ ପଡି ରହିଛି।

Prev Post
Next Post