Webportal

କାହାର ସୁରକ୍ଷାରେ ଉପଯୁକ୍ତ ନିର୍ଦେଶାବଳୀକୁ ବେଖାତିର କରି ସପିଙ୍ଗ ମଲର ଦାଦାଗିରି, ଜବରଜସ୍ତି ପାର୍କିଂ ଫି ଆଦାୟ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼

sanitry
0 298

ସପିଙ୍ଗ ମଲ ମାନେ ଗୋଟେ କୋଠା ଭିତରେ ଥିବା ଦୋକାନ ସମୂହ। ଏମାନେ କହୁଛନ୍ତି ତାଙ୍କ ଦୋକାନରୁ ଜିନିଷ କିଣନ୍ତୁ କିନ୍ତୁ ଗାଡି ଅନ୍ୟ ଦୋକାନ କିମ୍ବା ଘର ଆଦି ସମ୍ମୁଖରେ ପାର୍କ କରନ୍ତୁ, ଆଉ ଯଦି ସେମାନଙ୍କ ପାଖରୁ କିଛି କିଣିବାକୁ ଆସିଥିବା ଲୋକ ମଲର ନିଜସ୍ୱ ଖୋଲା ଜାଗାରେ ଗାଡି ରଖିବେ ତାହାହେଲେ ସେଥିପାଇଁ ଫି ଦେବାକୁ ହେବ। ଏ ହେଉଛି ଗଣ୍ଡ ମୁର୍ଖତା,ଗୁଣ୍ଡାଗିରି ଓ ଅସାଧୁ ଉପାୟରେ ଅର୍ଥ ରୋଜଗାର କରିବାର ପରିଚୟ।ଏହାର ଅଭିଯୋଗ ପରେ ଉପଯୁକ୍ତ ସ୍ତରରୁ ନିର୍ଦ୍ଦେଶ ଦିଆଗଲା ଯେ ଏହା ବେଆଇନ ଓ ଏମାନେ ପାର୍କିଂ ଫି ନେଇ ପାରିବେ ନାହିଁ।କିନ୍ତୁ ରାଜଧାନୀ ଭୁବନେଶ୍ବରରେ ମଲ ମାଲିକମାନେ ଜୋର ଜବରଦସ୍ତ ପାର୍କିଂ ଫି ଆଦାୟ କରୁଛନ୍ତି।ଏ ନେଇ ବାରମ୍ବାର ଖବର ମଧ୍ୟ ପ୍ରସାରଣ ହେଉଛି ଓ ଶନିବାର ସନ୍ଧ୍ୟାରେ ଯେତେବେଳେ ଏକ ଗଣମାଧ୍ୟମର ଜଣେ ମହିଳା ପ୍ରତିନିଧି
ଏସପ୍ଲାନେ଼ଡ଼ ମଲକୁ ଏ ସନ୍ଦର୍ଭରେ ଖବର ସଂଗ୍ରହ କରିବା ପାଇଁ ପହଁଚିଲେ ତାଙ୍କୁ ଓ ତାଙ୍କ କ୍ୟାମେରାମ୍ୟାନକୁ ସେଠାକାର କର୍ମଚାରୀ ମାନେ ଆକ୍ରମଣ କରି ଏକ କୋଠରୀରେ ବନ୍ଦ କରି ଦେଲେ ଓ ପୋଲିସ ଆସି ତାଙ୍କୁ ମୁକୁଳାଇଥିଲା।ଏ ସମ୍ପର୍କରେ ମାମଲା ରୁଜୁ କରାଯାଇଛି ଓ ଦୋଷୀ ମାନେ ନିଶ୍ଚିତ ଭାବରେ ଦଣ୍ଡ ପାଇବେ।କିନ୍ତୁ ଏଇଠି ବଡ ପ୍ରଶ୍ନ ଉଠୁଛି କି ରାଜ୍ୟର ରାଜଧାନୀ ଭଳି ଭିଭିଆଇପି ରହୁଥିବା ସ୍ଥାନରେ ସରକାରୀ ନିର୍ଦେଶନାମା କୁ ବେଖାତିର କରି ବ୍ୟବସାୟ ପାଇଁ ଖୋଲିଥିବା ମଲ ପକ୍ଷରୁ ଗୁଣ୍ଡାଗିରି କରିବା ପାଇଁ ସାହସ ଆସୁଛି କଉଠୁ? ତାଙ୍କୁ କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ଓ ଅସାଧୁ ରାଜନେତା ସୁରକ୍ଷା ଦେଉନାହାନ୍ତି ତ?ଏ ସବୁର ନିରପେକ୍ଷ ତଦନ୍ତ ନିହାତି ଆବଶ୍ୟକ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏପରି ଆଚରଣ ପ୍ରଦର୍ଶନ କରୁଥିବା ସପିଙ୍ଗ ମଲ କୁ ସରକାର ବନ୍ଦ କରି ଭୋଟରମାନଙ୍କ ପ୍ରତି ନିଷ୍ଠାର ପ୍ରମାଣ ଦେବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.