Webportal

କେଜ୍ରିୱାଲଙ୍କ କହିଲେ ନିଶ୍ଚୟ ଯିବି; ସିଙ୍ଗାପୁର ଗସ୍ତକୁ ଖାରଜ କଲେ ଉପରାଜ୍ୟପାଳ

sanitry
0 76

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ସିଙ୍ଗାପୁର ଗସ୍ତକୁ ନେଇ ଘନେଇଛି ବିବାଦ। ତାଙ୍କର ଯାତ୍ରାର ଆବେଦନକୁ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା କରିଛନ୍ତି ଖାରଜ। ଅର୍ଥାତ୍‌ ଏବେ କେଜ୍ରିୱାଲ ସିଙ୍ଗାପୁର ଯାତ୍ରା କରି ପାରିବେ ନାହିଁ। ସିଙ୍ଗାପୁରରେ ଅନୁଷ୍ଠିତ ହେଉଥିବା ଏକ ସମ୍ମିଳନୀରେ ଯୋଗ ଦେଇଥାନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏଥିପାଇଁ ସେ ଯାତ୍ରା ପାଇଁ ଆବେଦନ କରିଥିଲେ। ଉପରାଜ୍ୟପାଳଙ୍କ ଦ୍ୱାରା ତାଙ୍କର ଆବେଦନ ଖାରଜ ହେବା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ନିଜ ଜିଦିରେ ଅଟଳ ଅଛନ୍ତି। କହିଛନ୍ତି, ମୁଁ ସିଙ୍ଗାପୁର ନିଶ୍ଚୟ ଯିବି। ତାଙ୍କର ଅଭିଯୋଗ ଯେ, କେନ୍ଦ୍ର ସରକାର ତାଙ୍କୁ ମଞ୍ଜୁରୀ ଦେବାରେ ବାଧା ଉପୁଜାଉଛନ୍ତି। ଏଥିପାଇଁ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କିଛି ଦିନ ତଳେ ଏକ ଚିଠି ବି ଲେଖିଥିଲେ , ଯେଉଁଥିରେ ଯାତ୍ରାକୁ ମଞ୍ଜୁରୀ ଦେବାରେ ବିଳମ୍ୱ ହେବାକୁ ଭୁଲ୍‌ ବୋଲି କହିଥିଲେ।

ଦିଲ୍ଲୀର ଉପରାଜ୍ୟପାଳ ଭି.କେ.ସକ୍ସେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କର ସିଙ୍ଗାପୁର ଯାତ୍ରାର ପ୍ରସ୍ତାବକୁ ଖାରଜ କରି କହିଛନ୍ତି , ସମ୍ମିଳନୀରେ ଅଂଶ ଗ୍ରହଣ କରିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ଠିକ୍‌ ନୁହେଁ । ସେ ପରାମର୍ଶ ଦେଇ କହିଛନ୍ତି , ପ୍ରଥମ କଥା ଏହା ମେୟରଙ୍କ ସମ୍ମିଳନୀ , ଯାହାକି ମୁଖ୍ୟମନ୍ତ୍ରୀ ସାମିଲ ହେବା ଉଚିତ ନୁହେଁ।

ସେପଟେ କେଜ୍ରିୱାଲ ଅଭିଯୋଗ କରିଛନ୍ତି କି , ଏକ ମାସ ପୂର୍ବେ ସିଙ୍ଗାପୁର ଯାତ୍ରାର ଅନୁମତି ମଗାଯାଇ ଥିଲା , ହେଲେ ଏବେସୁଦ୍ଧା କେନ୍ଦ୍ର ସରକାର ଏହି ଗସ୍ତକୁ ମଞ୍ଜୁରୀ ଦେଇ ନାହାନ୍ତି। ଏହାସହ ସେ କହିଛନ୍ତି ,ସିଙ୍ଗାପୁରରେ ହେବାକୁ ଥିବା ସମ୍ମିଳନୀକୁ ସାରା ବିଶ୍ୱର ବଡ଼ ବଡ଼ ନେତାମାନେ ଆସିବେ। ଦିଲ୍ଲୀରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ହୋଇଛି ଏବଂ ଦିଲ୍ଲୀରେ ଅଲଗା ଅଲଗା କ୍ଷେତ୍ରରେ ଯେଉଁ ଉନ୍ନତି ହୋଇଛି , ଏହି ଦିଲ୍ଲୀ ମଡେଲ ବିଷୟ ସେଠାରେ ପ୍ରସ୍ତୁତ କରିବା ପାଇଁ ସିଙ୍ଗାପୁର ସରକାର ବିଶେଷ ସ୍ତରରେ ଡାକିଛନ୍ତି । ଏହି ସମ୍ମିଳନୀରେ ସାରା ବିଶ୍ୱର ନେତା ଦିଲ୍ଲୀ ମଡେଲ ବିଷୟରେ ଶୁଣିବେ। ଏଥିରେ ଦେଶର ଗୌରବ ବଢ଼ିବ ଓ ଦେଶର ନାମ ଉଜ୍ଜ୍ୱଳ ହେବ।

ସୂଚନା ଯେ, କୌଣସି ବି ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ ବା ଜନପ୍ରତିନିଧିକୁ ବିଦେଶ ଯାତ୍ରା ପୂର୍ବରୁ କେନ୍ଦ୍ର ସରକାରଙ୍କ ଠାରୁ ଏଥିପାଇଁ ଅନୁମତି ନେବାକୁ ହୋଇଥାଏ , ଏହି ପ୍ରତିନିଧିଙ୍କ ଗସ୍ତ ସରକାରୀ ହେଉ ବା ବ୍ୟକ୍ତିଗତ।  ଏହି କାରଣ କି , ସମ୍ମିଳନୀରେ ସାମିଲ ହେବାକୁ ସିଏମ୍‌ କେଜ୍ରିୱାଲ ଦିଲ୍ଲୀର ଉପରାଜ୍ୟପାଳ ( ଯିଏକି କେନ୍ଦ୍ର ସରକାରଙ୍କର ପ୍ରତିନିଧି)ଙ୍କ ପାଖକୁ ନିଜର ଯାତ୍ରାର ଅନୁମତି ପାଇଁ ପ୍ରସ୍ତାବ ପଠାଇ ଥିଲେ।

ଆପଣଙ୍କୁ କହୁ ରଖୁଛୁ କି , ସିଏମ୍‌ କେଜ୍ରିୱାଲଙ୍କର ବିଦେଶ ଯାତ୍ରାକୁ ନେଇ ଏହା ପ୍ରଥମ ଥର ବିବାଦ ହେଉନାହିଁ । ଏହା ପୂର୍ବରୁ ୨୦୧୯ରେ ଡେନମାର୍କର ଯାତ୍ରା ପାଇଁ କେଜ୍ରିୱାଲଙ୍କୁ ବିଦେଶ ମନ୍ତ୍ରାଳୟରୁ ଅନୁମତି ମିଳିନଥିଲା। ଏହାପରେ ସେ ଭର୍ଚୁଆଲି ସେଠାରେ ଆୟୋଜିତ ସମିତିକୁ ସମ୍ୱୋଧିତ କରିଥିଲେ।

Square Ad 1
Leave A Reply

Your email address will not be published.