Webportal

କେନାଲ କାର୍ଯ୍ୟ କୁ ନେଇ ଉତେଜନା

sanitry
0 163

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ସଜରାସାହି ଗ୍ରାମ ଠାରେ ଅାଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ ପୁନଃରୁଦ୍ଧାର କାର୍ଯ୍ୟ ସାଙ୍ଗକୁ କେନାଲ ହୁଡା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ଯାହାକୁ ନେଇ ଉଭୟ ବାଗେଡିଆ ଗ୍ରାମର ଜମିହରା କ୍ଷତିଗ୍ରସ୍ତ ପ୍ରଜା ଏବଂ ପୁରୁଣାଗଡ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି ଓ କେନାଲ ପୁନଃରୁଦ୍ଧାର ସ୍ଥାନରେ ଉତେଜନା ଦେଖାଦେଇଛି ।ବିଶେଷ କରି କେନାଲ ପୁନଃରୁଦ୍ଧାର କାର୍ଯ୍ୟ ସାଙ୍ଗକୁ କେନାଲ ହୁଡା ରାସ୍ତା ସମ୍ପ୍ରସାରିତ କରି ନିର୍ମାଣ କରିବା ସହ ବାଗେଡିଆ ସଜରାସାହି ଠାରୁ ପୁରୁଣାଗଡ ଗ୍ରାମକୁ ଯାତାୟାତ ସୁବିଧା ପ୍ରଦାନ କରିବା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ ଜାରି ରଖିଛନ୍ତି ଓ ଛେଣ୍ଡିପଦା – ବାଗେଡିଆ ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳିବା ସହ ପେଟ୍ରୋମାକ୍ସ ଲାଇଟ ଲଗାଇ ଆନ୍ଦୋଳନ କରିଛନ୍ତି ଯେଉଁଥିରେ ପୁରୁଣାଗଡ ଗ୍ରାମର ପ୍ରାୟ ୫ଶହରୁ ଅଧିକ ପୁରୁଷ ଓ ମହିଳା ଉପରୋକ୍ତ ଦୀର୍ଘଦିନ ର ସମସ୍ୟା ସମାଧାନ ଦାବିରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ ,ବାଗେଡିଆ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ପ୍ରାୟ ୨ କିମି ଲମ୍ବ ବାଗେଡିଆ ସଜରାସାହି ଠାରୁ ପୁରୁଣାଗଡ ପର୍ଯ୍ୟନ୍ତ ରହିଛି ।ଏହି କେନାଲ ଦ୍ଵାରା ଚାଷୀମାନେ ଜଳସେଚନ ସୁବିଧା ପାଇଥାନ୍ତି ଓ ପ୍ରାୟ ୪/୫ଶହ ହେକ୍ଟର ଚାଷଜମି ପାଇଁ ଜଳସେଚନ ର ସୁବିଧା ହୋଇଥାଏ ।ଏହି ସର୍ବପୁରାତନ ଜଳସେଚନ ପ୍ରକଳ୍ପ ଆରମ୍ଭ ସମୟରେ କେତେକ ଚାଷୀ ଜମି ହରାଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ପକ୍ଷରୁ କୌଣସି ଜମି ଅଧିଗ୍ରହଣ ବାବଦରେ କ୍ଷତିପୂରଣ ରାଶି ପାଇପାରିନାହାନ୍ତି ।ଫଳରେ ଶନିବାର ଦିନ ପ୍ରାୟ ୧୧ ଟା ବେଳେ ଠିକା ସଂସ୍ଥା ଦାୟିତ୍ୱ ନେଇଥିବା ଠିକାଦାର କେନାଲ ପୁନଃରୁଦ୍ଧାର ସାଙ୍ଗକୁ କେନାଲ ହୁଡା ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ଘଟଣାସ୍ଥଳକୁ ପହଞ୍ଚି ବାଗେଡିଆ ଗ୍ରାମର ଜମିହରା କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିବା ସହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ । ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଥିବା ସୂଚନା ପାଇ ପ୍ରତିପକ୍ଷ ପୁରୁଣାଗଡ ଗ୍ରାମବାସୀ ଏହାର ଦୃଢ ପ୍ରତିବାଦ ସ୍ୱରୂପ କେନାଲ ପୁନଃରୁଦ୍ଧାର ସାଙ୍ଗକୁ କେନାଲ ହୁଡା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରଖିବା ପାଇଁ ଦାବି କରିଛନ୍ତି ଏବଂ ଏହି ଆନ୍ଦୋଳନ ଜାରି ରଖିଛନ୍ତି ।ରାସ୍ତାରୋକ ଆନ୍ଦୋଳନ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ସଖ୍ୟକ ଯାନବାହାନ ଅଟକି ରହିଛି ଏବଂ ଜନସାଧାରଣ ନାହିଁ ନଥିବା ପରିସ୍ଥିତି ସମୁଖୀନ ହୋଇଥିଲେ ।ରିପୋର୍ଟ ଲେଖା ହେବା ସୁଦ୍ଧା କୌଣସି ପୋଲିସ ପ୍ରଶାସନିକ ଅଧିକାରୀ କିମ୍ବା ଜଳସେଚନ ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ଏପରିକି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିନଥିବା ଜଣାପଡିଛି ।ଯେ ପର୍ଯ୍ୟନ୍ତ ଉପରୋକ୍ତ ବିବାଦୀୟ ସମସ୍ୟାର ସ୍ଥାୟୀ ସମାଧାନ ନହେବ ସେ ଯାଏ ଆନ୍ଦୋଳନ ବଳବତ୍ତର ରହିବ ବୋଲି ଆନ୍ଦୋଳନକାରୀ ଗ୍ରାମବାସୀ କହିଛନ୍ତି ।

Square Ad 1
Leave A Reply

Your email address will not be published.