ଅନୁଗୁଳ ଥାନା ଏସଆଇ ସତ୍ୟରଞ୍ଜନ ଲେଙ୍କା ପନ୍ଦର ତାରିଖ ରାତିରେ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ଏକ ଧଳା ୪୦୭ ଓଡ଼ି ୧୯ସି ୩୫୭୪ ଆମ୍ବପାଳ ଜଙ୍ଗଲରେ ଚୋରା କୋଇଲା ଲୋଡ଼ କରି ଛିଡା ହୋଇଛି।ଶ୍ରୀ ଲେଙ୍କା ସଦଳବଳେ ସେଠାରେ ପହଞ୍ଚି ଉକ୍ତ ଗାଡିକୁ ଚୋରା କୋଇଲା ସହିତ ଜବତ କରିବା ସହ ନତଡା ର ତପନ କୁମାର ମିଶ୍ର କୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଆଉ ଦୁଇଜଣ ପଳାଇବାକୁ ସକ୍ଷମ ହୋଇଥିଲେ।ଗିରଫ ବ୍ୟକ୍ତିକୁ ପଚରାଉଚରା ପରେ ଜଣାପଡିଲା ଯେ ହିଙ୍ଗୁଳା ମାଇନ୍ସ ରୁ ସାଇକେଲ ଓ ମୋଟରସାଇକେଲ ଜରିଆରେ ଆଣି ନରସିଂହପୁର ଅଞ୍ଚଳକୁ ପଠେଇ ଅର୍ଥ ରୋଜଗାର କରୁଛନ୍ତି।ଜବତ ଗାଡ଼ିରେ ପ୍ରାୟ ତିନି ଟନ କୋଇଲା ବୋଝେଇ ରହିଛି।ସେମାନେ ପ୍ରାୟ ଏକସଠି ଟନ ଚୋରା କୋଇଲା ଆମ୍ବପାଳ ଜଙ୍ଗଲ ରେ ଓ ପନ୍ଦର ଟନ ନତଡା ଗୀତା ଆଶ୍ରମ ନିକଟସ୍ଥ ପଡ଼ିଆରେ ଗଛିତ ରଖିଥିଲେ ଯାହା ମଧ୍ୟ ଜବତ କରାଯାଇଛି।ଉକ୍ତ ମାମଲାରେ ଅନୁଗୁଳ ଥାନାରେ ବିଭିନ୍ନ ଦଫାରେ କେଶ ନମ୍ବର ୧୦୬୫ ତା୧୬.୧୨.୧୯ ରେଜିଷ୍ଟ୍ରର କରାଯାଇଛି।ମାଇନ୍ସ ସୁରକ୍ଷା ଦାୟିତ୍ୱରେ ଥିବା ନେଙ୍କୁରି ନାୟକ, ଇନ୍ଦ୍ରମଣି ଦାସ ଓ ସୁକାନ୍ତ ପରିଡାକୁ ମଧ ଏହି ମାମଲାରେ କୋଇଲା ଚୋରିରେ ସାହାଯ୍ୟ କରିବା ପାଇଁ ଗିରଫ କରାଯାଇଛି।