Webportal

କୋଇଲା ପରିବହନରେ ଏକଚାଟିଆ କାର୍ଯ୍ୟକଳାପକୁ ବିରୋଧ

sanitry
0 193

 

ଅନୁଗୁଳ ଜିଲ୍ଲା ସ୍ଥିତ ଏମସିଏଲ ର ତାଳଚେର ଭୁବନେଶ୍ୱରୀ,ଜଗନ୍ନାଥ ଏବଂ ଅନନ୍ତ ପ୍ରୋଜେକ୍ଟ ଅଧୀନରେ କୋଇଲା ଲୋଡିଂ କରୁଥିବା କ୍ଷତିଗ୍ରସ୍ତ ଆଞ୍ଚଳିକ ଟ୍ରକ ମାଲିକମାନେ ଆବଶ୍ୟକୀୟ କୋଇଲା ପରିବହନ କରିବାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଆଜି ତାଳଚେର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ସେମାନଙ୍କ ଅଭିଯୋଗ ହେଲା ଏହିସବୁ ପ୍ରୋଜେକ୍ଟ ଦ୍ୱାରା କ୍ଷତିଗ୍ରସ୍ତ ପ୍ରାୟ ୧ ହଜାର ଟ୍ରକମାଲିକ ବହୁ କଷ୍ଟରେ ଟ୍ରକଟିଏ କିଣି ସେଥିରେ କୋଇଲା ପରିବହନ କରି ପରିବାର ପୋଷୁଛନ୍ତି, କିନ୍ତୁ ସେରାୱାଲି ନାମକ ଠିକା ସଂସ୍ଥା ସମଗ୍ର କୋଇଲା ପରିବହନ କାର୍ଯ୍ୟକୁ ନିଜ ଅକ୍ତିଆରରେ ନେଇ ସମ୍ପୂର୍ଣ୍ଣ ଏକଚାଟିଆ କାରବାର କରିବାକୁ ମସୁଧା କରିଛନ୍ତି l ଯାହା ଫଳରେ ଆଗାମୀ ଦିନରେ ୫0 ଟି କ୍ଷତିଗ୍ରସ୍ତ ଗ୍ରାମର ପ୍ରାୟ ୨ ହଜାର ପରିବାର ତଥା ଟ୍ରକ ମାଲିକମାନେ ଆର୍ଥିକ କ୍ଷତି ସହିବେ l ଏଣୁ ସମସ୍ତଙ୍କୁ ସମାନ ଭାବେ କୋଇଲା ଲୋଡିଂ ଦେବା ପାଇଁ  ସେମାନେ ଦାବି କରି ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି l ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଟ୍ରକ ମାଲିକମାନେ ଚେତାବନୀ ଦେଇଛନ୍ତି l

Square Ad 1
Leave A Reply

Your email address will not be published.