Webportal

କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନର ସମ୍ମାନାର୍ଥେ ଆଜି ସନ୍ଧ୍ୟା ୬ଟା ବେଳେ ଏକ ମିନିଟର ନିରବ ପ୍ରାର୍ଥନା:ମୁଖ୍ୟମନ୍ତ୍ରୀଙ୍କ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ କଲା ନିବେଦନ

sanitry
0 192

କୋଭିଡ ବିରୁଦ୍ଧରେ ଯୁଦ୍ଧ କରି ଯେଉଁ ଯୋଦ୍ଧାମାନେ ସେମାନଙ୍କ ଜୀବନ ହାରିଛନ୍ତି ସେମାନଙ୍କ ତ୍ୟାଗ ଓ ସର୍ବୋଚ୍ଚ ବଳିଦାନ ର ସମ୍ମାନାର୍ଥେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ମିନିଟର ନିରବ ପ୍ରାର୍ଥନା ଆଜି ସନ୍ଧ୍ୟା ୬ ଟା ସମୟରେ ନିଜେ କରିବା ସହ ସମସ୍ତ ରାଜ୍ୟବାସୀଙ୍କୁ କରିବାକୁ ଅନୁରୋଧ କରିଛନ୍ତି। ଏହାପରେ ସମସ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଏହା ସମ୍ପର୍କିତ ନିୟମାବଳୀ ଗୁଡ଼ିକର କଡାକଡି ପାଳନ କରିବା ପାଇଁ ଶପଥ ନେବାକୁ ନିବେଦନ କରାଯାଇଛି।ମୁଖ୍ୟମନ୍ତ୍ରୀ ନିଜେ ଟିଭି ଓ ସୋସିଆଲ ମିଡ଼ିଆ ଜରିଆରେ ଶପଥ ପାଠ କରାଇବେ।

ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଅନୁଗୁଳ ଜିଲ୍ଲାର ଜନସାଧାରଣ ଯିଏ ଯେଉଁ ସ୍ଥାନରେ ଥିବେ କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ ନିରବ ପ୍ରାର୍ଥନା କରିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

Square Ad 1
Leave A Reply

Your email address will not be published.