ଫନି ମହାବାତ୍ୟା ଯୋଗୁ ଗତ ୩ ତାରିଖରୁ ବନ୍ଦ ଥିବା କୋଣାର୍କର ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ମଙ୍ଗଳବାର ଦିନ ଖୋଲା ଯାଇଛି ।ମନ୍ଦିର ଭିତରେ ଥିବା ଅନେକ ବଡ ବଡ ଗଛ ଭାଙ୍ଗିଯିବା ଫଳରେ ମନ୍ଦିର ର ସୌନ୍ଦର୍ଯ୍ୟ ନଷ୍ଟ ହୋଇଛି । ମନ୍ଦିରର ଆଭ୍ୟନ୍ତରୀଣ କ୍ଷୟକ୍ଷତି ର ଆକଳନ କରି କେନ୍ଦ୍ରୀୟ ASI ଟିମ୍ର ର ପରକ୍ଷଣ ପରେ ଏହାକୁ ସର୍ବ ସାଧାରଣ ଙ୍କ ପାଇଁ ଖୋଲା ଯାଇଛି । ମାତ୍ର ଏ ପର୍ଯ୍ୟନ୍ତ ବିଜୁଳି କନେକ୍ସନ ହୋଇ ନଥିବାରୁ ପ୍ରବେଶ ଟିକେଟ ଗୁଡିକ ସ୍ୱୟଂଚାଳିତ ନ ହେଇ ମାନୁଆଲି ଦିଆ ଯାଇଛି । ସେ ଯାହା ବି ହେଉ ମନ୍ଦିର ଖୋଲିବା ପରେ ପରିଦର୍ଶକ ଙ୍କ ମନରେ ଉତ୍ସାହ ଭରିଯାଇଛି ।