Webportal

ଗଣତନ୍ତ୍ରର କଣ୍ଠରୋଧ ପାଇଁ ପ୍ରତିକ୍ରିୟା ନ ରଖିବା ସରକାରୀ ଆଦେଶର ପ୍ରତିଫଳନ, ତଥ୍ୟ ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ଅଧିକାରୀ ଦୁର୍ବ୍ୟବହାର କରି ଦୁଃଖ ପ୍ରକାଶ କଲେ

sanitry
0 190

ଗଣତନ୍ତ୍ରର ଏକ ମହତ୍ୱପୂର୍ଣ୍ଣ ସ୍ତମ୍ଭ ଗଣମାଧ୍ୟମ।କିନ୍ତୁ ଏବେ ଓଡ଼ିଶାରେ ସରକାରୀ ସ୍ତରରେ ଜୋରସୋରରେ ଆରମ୍ଭ ହୋଇଯାଇଛି ଏହାର କଣ୍ଠରୋଧ କରିବାର ଚେଷ୍ଟା।ପ୍ରଥମେ ରାଜ୍ୟ ସରକାରଙ୍କ ନିର୍ଦେଶ କି ସରକାରୀ ଅଧିକାରୀ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବେ ନାହିଁ।ଏପରି ପରିସ୍ଥିତିରେ ଗଣମାଧ୍ୟମ ରୁ ସଠିକ ପାଇବାକୁ ଆଶା ରଖିଥିବା ସାଧାରଣ ଜନତାଙ୍କୁ ନିରାଶ ହେବାର ଭୟ ରହିଛି।ଏପରି ନିର୍ଦେଶର ଦୁରୂପଯୋଗ କରି କିଛି ଅଧିକାରୀ ଖବର ସଂଗ୍ରହ କରିବାକୁ ଚେଷ୍ଟା ଜରୁଥିବା ସାମ୍ବାଦିକଙ୍କୁ ତଥ୍ୟ ପ୍ରଦାନ କରିବା ପରିବର୍ତେ ତିରସ୍କାର କରି ସମସ୍ତ ସୀମା ଲଙ୍ଘି ଯାଉଛନ୍ତି।ଏପରି ଏକ ଦୁର୍ଭାଗ୍ୟଜନକ ଘଟଣାରେ ଅନୁଗୁକ ଜିଲ୍ଲା ବନରପାଲ ତହସିଲଦାର ଖବର ପ୍ରକାଶ ପାଇଁ ତଥ୍ୟ ମାଗୁଥିବା ପ୍ରଗତିବାଦୀର ସାମ୍ବାଦିକଙ୍କୁ ଅପମାନିତ କରିବା ଓ ପରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ନିଜ ବ୍ୟବହାର ପାଇଁ ଦୁଃଖ ପ୍ରକାଶ କରିବା ସହ ଭବିଷ୍ୟତ ରେ ଏପରି ଘଟଣାର ପୁନରାବୃତ୍ତି ନ ହେବାର ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଓ ଅଧିକାରୀ ମାନଙ୍କୁ ଏପରି ନକରାତ୍ମକ ମନୋଭାବ ପୋଷଣ ନ କରି କିପରି ସାମ୍ବାଦିକ ମାନେ ଖବର ପରିବେଷଣ କରିବା ପାଇଁ ଆବଶ୍ୟକ ତଥ୍ୟ ପାଇପାରିବେ ତାହାର ବ୍ୟବସ୍ଥା କରିବା ଉଚିତ ଯାହା ଏକ ସ୍ଵସ୍ଥ ଗଣତାନ୍ତ୍ରିକ ପରମ୍ପରା ପାଇଁ ଜରୁରୀ।

Square Ad 1
Leave A Reply

Your email address will not be published.