Webportal

ଗଣତନ୍ତ୍ରର ଗତି କେଉଁଆଡ଼େ:ରାଜ୍ୟ ରାଜନୀତିରେ ବଡିଚାଲିଛି ପରିବାରବାଦ

sanitry
0 117

ରାଜନୀତିରେ ପରିବାରବାଦ କିଛି ନୂଆ କଥା ନୁହେଁ।କିନ୍ତୁ ପ୍ରତ୍ୟେକ ରାଜନୈତିକ ଦଳର ନେତାମାନଙ୍କର ଅନ୍ୟ ଏକ ଦଳ ଉପରେ ପରିବାରବାଦର ଆରୋପ ରହିଆସିଛି।ସେମାନଙ୍କ କହିବା ହେଲା କ୍ଷମତାରେ ରହୁଥିବା ନେତାମାନେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ରାଜନୀତିକୁ ଆଣି କ୍ଷମତାକୁ ନିଜ ଅକ୍ତିଆରରେ ରଖୁଛନ୍ତି।

କିନ୍ତୁ ସତ୍ୟତା ହେଲା କେହି ବି ରାଜନୈତିକ ଦଳ ପରିବାରବାଦରୁ ଅଛୁଆଁ ରହିନାହାନ୍ତି।କିଛି ରାଜନେତା ରାଜନୀତିକୁ ଲାଭଜନକ ପାରିବାରିକ ବ୍ୟବସାୟ ଭାବି ଆସୁଅଛନ୍ତି।ସେଇଥିପାଇଁ କର୍ମୀମାନେ ଯେତେ ପୁରୁଣା ହୋଇଥିଲେ ଓ ପରିଶ୍ରମ କଲେ ମଧ୍ୟ ସେମାନଙ୍କୁ କିଛି ଛୋଟିଆ ମୋଟୀଆ ଠିକା ଆଦି କାମ ଯୋଗାଡ଼ କରିଦେଇ ନିଜ ଦାୟାଦ ମାନଙ୍କୁ ନିର୍ବାଚନ ମଇଦାନକୁ ଆଣିବାକୁ ଚେଷ୍ଟା କରନ୍ତି ଏହି ନେତାମାନେ।ଏପରିକି ଦାୟାଦ ମାନଙ୍କୁ ରାଜନୀତି ମଇଦାନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ପାଇଁ ନିଜ ପସନ୍ଦର ଗଣମାଧ୍ୟମକୁ ମଧ୍ୟ ବ୍ୟବହାର କରାଯାଏ।

ଓଡ଼ିଶାରେ ଏହି ପରିବାରବାଦର ଅନେକ ନଜିର ରହିଛି।ସଂପ୍ରତି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସେମି ଫାଇନାଲ କୁହାଯାଉଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କାର୍ଯ୍ୟ ଚାଲିଛି। ଏଥିରେ ଅନେକ ନେତାଙ୍କ ପୁଅମାନେ ବାପାଙ୍କ ନିର୍ବାଚନ କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ମଙ୍ଗ ସମ୍ଭାଳିଛନ୍ତି।କିଏ କହୁଛି କୋଭିଡ ପାଇଁ ବାପା ଆସୁନାହାନ୍ତି,ଦରକାର ହେଲେ ଆସିବେ, ତ କିଏ ଫୁଣି କହୁଛି ବାପା ଯେଉଁ କାମ ସବୁ କରିଛନ୍ତି ତା ପାଇଁ ଯଥେଷ୍ଟ ମାତ୍ରାରେ ଭୋଟ ମିଳିବ ତେଣୁ ତାଙ୍କର ଆସିବା ଆବଶ୍ୟକ ନାହିଁ।କିନ୍ତୁ ସତ କଥା ହେଲା ଏହି ପୁଅମାନେ ୨୦୨୪ ନିର୍ବାଚନରେ ଦଳୀୟ ଟିକଟ ପାଇବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ଓ ନିଜର ଦକ୍ଷତା ଦଳ ସମ୍ମୁଖରେ ପ୍ରମାଣିତ କରିବାକୁ ଚାହୁଁଛନ୍ତି।

ଆମେ ଏଠାରେ ବିଭିନ୍ନ ଦଳର କିଛି ନେତାଙ୍କ ଉଦାହରଣ ଦେଉଛୁ ଯେଉଁମାନଙ୍କ ପୁଅମାନେ ପୁରା ଦମରେ ଚଳିତ ପଂଚାୟତ ନିର୍ବାଚନ ପାଇଁ ମଇଦାନରେ ଓହ୍ଲାଇଛନ୍ତି।ସେମାନେ ହେଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁତ୍ର ବିପ୍ଳବ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପୁତ୍ର ଅରୁନାଭ ସିଂହ, ଚିକିଟି ବିଧାୟିକା ଉଷା ଦେବୀଙ୍କ ପୁତ୍ର ସ୍ୱରୂପ ଦେବ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ ସାମଲଙ୍କ ପୁତ୍ର ପ୍ରୟାସ କାନ୍ତି ସାମଲ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର, ପରଜଙ୍ଗ ବିଧାୟକ ନୃସିଂହ ସାହୁଙ୍କ ପୁତ୍ର ଅସିତ ରାୟ ଚୌଧୁରୀ,ବଲାଙ୍ଗୀର ବିଜେପିର ଟାଣୁଆ ନେତା ଅନଙ୍ଗ ଉଦୟ ସିଂହଦେଓ ଙ୍କ ପୁତ୍ର ଅର୍କେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ର ଙ୍କ ପୁଅ ସମରେନ୍ଦ୍ର ମିଶ୍ର।

ଏହାଦ୍ୱାରା ବର୍ଷ ବର୍ଷ ଧରି ଦଳ ପାଇଁ ପୁରାଦମ ରେ କାମ କରୁଥିବା ଲୋକମାନଙ୍କ ସ୍ବପ୍ନ ହଠାତ ଭାଙ୍ଗି ଛାରଖାର ହେଉଯାଉଛି।ଯା ଫଳରେ କିଛି ନେତା ବାଗୀ ପାଲଟି ଯାଉଛନ୍ତି ତ ଆଉ କିଛି ନେତା ରାଜନୈତିକ ଜୀବନ ତମାମ ଭିତରେ ଭିତରେ ଘାଣ୍ଟି ହେଇ ବାଧ୍ୟରେ ଦଳରେ ରହୁଛନ୍ତି।

Square Ad 1
Leave A Reply

Your email address will not be published.