Webportal
Adarasha College

ଗର୍ଭବତୀ ମହିଳା ହେଲମେଟ ନ ପିନ୍ଧିବା କାରଣରୁ ତିନି କିଲୋମିଟର ଚାଲିବା ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

sanitry
0 135

ଖାକି ପାୱାର ଦେଖାଇବା ପଡିଲା ମହଙ୍ଗା। ହେଲମେଟ ପିନ୍ଧି ନ ଥିବା ଯୋଗୁଁ ୮ମାସର ଗର୍ଭବତୀ ମହିଳାଙ୍କୁ ୩ କିଲୋମିଟର ଚାଲିବାକୁ ପଡିବା ଘଟଣାରେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରିଣୀ ରୀନା ବକ୍ସଲାଙ୍କୁ ଏସ୍‌ପି ନିଲମ୍ବିତ କରିଛିନ୍ତି। ସୂଚନା ମୁତାବିକ, ରବିବାର ଶରତ ଥାନା ଅଞ୍ଚଚଳର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କ ବାଇକରେ ନେଇ ଡାକ୍ତର ଚେକଅପ୍ ନିମନ୍ତେ ଉଦଳା ଆସୁଥିଲେ । ଶରତ ଛକ ନିକଟରେ ପୋଲିସର ଚେକିଂ ଚାଲିଥିବା ବେଳେ ସେଠାରେ ବିକ୍ରମ ଅଟକିଥିଲେ । ପୋଲିସ୍ ବିକ୍ରମଙ୍କ ହେଲମେଟ ଚେକିଂ କରିବା ସହିତ ଗାଡିର କାଗଜପତ୍ର ଯାଞ୍ଚ କରିଥିଲା । ସବୁ ଠିକ୍ ଥିଲା । ହେଲେ ତାଙ୍କ ସ୍ତ୍ରୀ ଗୁରୁବାରୀ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ୍ ଚାଲାଣ କାଟିଥିଲା। ଚାଲାଣ କାଟିଦିଅନ୍ତୁ ଅନଲାଇନ୍‌ରେ ଫାଇନ୍‌ ପୈଠ କରିବାକୁ ବିକ୍ରମ କହିଥିଲେ । ଏହାକୁ ନେଇ ପୋଲିସ ସହିତ ବିକ୍ରମଙ୍କର ଯୁକ୍ତିତର୍କ ହୋଇଥିଲା ।ଏହାପରେ ପୋଲିସ ବିକ୍ରମଙ୍କ ଗାଡ଼ିକୁ ନିଜ ହେପାଜତକୁ ନେବା ସହ ତାଙ୍କୁ ଭ୍ୟାନ୍‌ରେ ବସାଇ ଥାନାକୁ ନେଇଯାଇଥିଲା । କିନ୍ତୁ ରାସ୍ତାରେ ବିକ୍ରମଙ୍କ ସ୍ତ୍ରୀଙ୍କୁ ଏକୁଟିଆ ଛାଡି ଦେଇଥିଲା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ ବିକ୍ରମଙ୍କ ସ୍ତ୍ରୀ ମଧ୍ୟ ପୋଲିସ ଗାଡ଼ିରେ ଥାନାକୁ ଯିବାକୁ କହିଥିଲେ ସୁଦ୍ଧା କେହି ଶୁଣିନଥିଲେ । ଦୀର୍ଘ ସମୟ ଧରି ପୋଲିସ ବିକ୍ରମଙ୍କୁ ଥାନାରେ ବସାଇବା କାରଣରୁ ତାଙ୍କ ସ୍ତ୍ରୀ ଚେକିଂ ସ୍ଥାନରୁ ପ୍ରାୟ ୩କିମି ଚାଲି ଚାଲି ଶରତ ଥାନାକୁ ଯାଇଥିଲେ । ଜଣେ ୮ମାସର ଗର୍ଭବତୀୟ ମହିଳା ଖରାରେ ୩କିମି ଚାଲିବା ଯିବା ଏବଂ ପୋଲିସ ନିଜର ମାନବିକତା ଭୁଲିଯିବା ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା ଶେଷରେ ମୟୂରଭଞ୍ଜ ଏସ୍‌ପି କାର୍ଯ୍ୟରେ ଅବହେଲା ଯୋଗଁ ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ ନିର୍ଦେଶ ଦେଇଛନ୍ତି।

Onida Ad
Square Ad 1
Leave A Reply

Your email address will not be published.