Webportal

ଗୋଟିଏ ଦିନରେ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦରୁ ବିଦା ଓ ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି ନେଇ ଚର୍ଚ୍ଚା

sanitry
0 184

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ ପ୍ରକାରର କେଳେଙ୍କାରୀରେ ଉଭୟ ମନ୍ତ୍ରୀ ରୋହିତ ପୂଜାରୀ ଓ ସଚିବ ବିଷ୍ଣୁପଦ ସେଠୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଶେଷକରି ବିଭିନ୍ନ କଲେଜରେ ସେଲଫ ଫାଇନାନ୍ସିଂ କୋର୍ସ ଖୋଲିବାକୁ ଅନୁମତି ଦେବା, ବିଭିନ୍ନ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି, ରାଜ୍ୟ ସିଲେକ୍ସନ ବୋର୍ଡ ଦ୍ୱାରା ଚୟନ ହେଉଥିବା ନୂଆ ଅଧ୍ୟାପକଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ କଲେଜରେ ନିଯୁକ୍ତି ଦେବା ଏବଂ ଅଧ୍ୟାପକମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ଆଦିରେ ବଡ଼ଧରଣର କିକ୍ ବ୍ୟାକ୍ ହେଉଥିଲା । ଯାହାର ପୁଳାପୁଳା ଅଭିଯୋଗ ବିଭିନ୍ନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚୁଥିଲା । ଏଥିରେ ଉଭୟ ମନ୍ତ୍ରୀ ଓ ସଚିବ ମୋଟା ଅଙ୍କର ଅର୍ଥ ନେଇ ନିଜ ନିଜ ପକେଟ୍ ଗରମ କରୁଥିବାର ଅଭିଯୋଗ ହେଉଥିଲା । ଏସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ନିର୍ଦ୍ଦେଶରେ ଗତ ୨ଦିନ ତଳେ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାଏକ ଓ ଓଏସଡି ପିକେ ରାଉଳଙ୍କୁ ପ୍ରତ୍ୟାହାର କରିନିଆଯାଇଥିଲା । ଆଉ ଆଜି ଉଚ୍ଚଶିକ୍ଷା ବିଭାଗର ଏହି ସମସ୍ତ କେଳେଙ୍କାରୀରେ ସମ୍ପୃକ୍ତି ଥିବା ଯୋଗୁ ଉଭୟ ମନ୍ତ୍ରୀ ଓ ସଚିବଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଚର୍ଚ୍ଚା ।

Square Ad 1
Leave A Reply

Your email address will not be published.