ଅନୁଗୁଳ ଜିଲ୍ଲାର ତାଳଚେର ସ୍ଥିତ ରାକସ ଗ୍ରାମର ଅଧିବାସୀମାନେ ଗତ ୦୭/୦୧/୨୦୨୦ ରିଖ ଦିନ ସମସ୍ୟା ର ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। କିନ୍ତୁ ଦୁଃଖର ବିଷୟ ଉକ୍ତ ସମସ୍ୟା ଗୁଡିକର ସମାଧାନ ହୋଇ ନଥିବାରୁ ଆଜି ୨୧/୦୧/୨୦୧୦ ରିଖ ସକାଳ ୯ ଘଟିକା ସମୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାକସ ଗ୍ରାମର ଗ୍ରାମବାସୀ ଆମରଣ ଅନଶନରେ ବସିଛନ୍ତି। ଜିଲ୍ଲା ପ୍ରଶାସନ ଗୁରୁତର ସହ ବିଚାର କରି ସମସ୍ୟା ର ସମାଧାନ କଲେ ଅନଶନ ପ୍ରତ୍ୟାହୃତ କରିବେ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି।