କାଲିର ବାଲେଶ୍ବର ଜିଲ୍ଲା ବସ୍ତାର ଦୁର୍ଭାଗ୍ୟଜନକ ଘଟଣା ପରେ ଆଜି ଅନୁରୂପ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଗଡତରାସ ଗ୍ରାମରେ।ଆଜି ସକାଳେ କୌଣସି କାରଣରୁ ରାଗିଯାଇ ତିନି ବର୍ଷ ର ନାତୁଣୀ କୁ ତାର ଆଇ ମାଡମାରି ଘରେ ବନ୍ଦ କରି କୌଣସି କାମରେ ଚାଲିଯାଇଥିଲା। ପିଲାଲ କାନ୍ଦ ଶୁଣି ସ୍ଥାନୀୟ ଅଙ୍ଗନବାଡି କର୍ମୀ, ସାମ୍ବାଦିକ ଓ ପୋଲିସ ଆଦିଙ୍କ ଦ୍ୱାରା କୁନି ଝିଅ କୁ ଘର ଭିତରୁ ଉଧାର କରି ତାର ଆଇ ଓ ଅଜା ଙ୍କୁ ଥାନା କୁ ଅଣା ଯାଇଥିଲା। କିନ୍ତୁ ଏହା ପରିବାର ବିଶେଷ କରି ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସମ୍ବଧିୟ ଘଟଣା ହେଇ ଥିବାରୁ କାହା ପକ୍ଷରୁ ବି ଅଧିକ ପ୍ରଚାର ପ୍ରସାର ନ କରି ପ୍ରଶାସନ ଓ ଏନଜିଓ ଆଦିଙ୍କ ଦ୍ୱାରା ଫାମିଲି କାଉଁସିଲିଂ କରାଗଲେ ଏଭଳି ଘଟଣା କୁ ଭବିଷ୍ୟତ ଘଟିବାରୁ ରୋକା ଯାଇପାରିବ।

Next Post