Webportal

ଚାଇନାରେ ଘୋର ଆର୍ଥିକ ସଙ୍କଟ : ବ୍ୟାଙ୍କ ଆଗରେ ଟ୍ୟାଙ୍କ ମୁତୟନ; ଗ୍ରାହକଙ୍କ ଆକାଉଣ୍ଟ ଅଚଳ

sanitry
0 91

ଚାଇନାରେ ବ୍ୟାଙ୍କ ଗୁଡ଼ିକରେ ଆର୍ଥିକ ସଙ୍କଟ ଦେଖାଇଛି । ଆଉ ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ବ୍ୟାଙ୍କଜନିତ ସଙ୍କଟ ଦେଇ ଗତି କରୁଥିବା ଚାଇନାରେ ଗ୍ରାହକଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଯାହା ପରେ ଲୋକେ ରାସ୍ତାରେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ସ୍ଥିତି ଏତେ ଖରାପ ହୋଇପଡ଼ିଲା ଯେ ବ୍ୟାଙ୍କ ବାହାରେ ସରକାରଙ୍କୁ ଟ୍ୟାଙ୍କ ମୁତୟନ କରିବାକୁ ପଡ଼ିଛି ।

ମିଡିଆ ରିପୋର୍ଟ ଅନୁସାରେ, ବ୍ୟାଙ୍କ ଗୁଡ଼ିକ ଟଙ୍କା ଉଠାଇବା ଉପରେ ରୋକ୍ ଲଗାଇବା ନିଷ୍ପତିକୁ ଲୋକେ ଖୁବ୍ ବିରୋଧ କରିବା ସହ ବିଭିନ୍ନ ସ୍ଥାନରେ ଜୋରଦାର ଆନ୍ଦୋଳନ କରିଛନ୍ତି । ଆଉ ଲୋକଙ୍କୁ ଡରାଇବା ପାଇଁ ବ୍ୟାଙ୍କ ବାହାରେ ଟ୍ୟାଙ୍କ ମୁତୟନ କରାଯାଇଛି । ଏହାର ଭିଭିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପ୍ରଦର୍ଶନକାରୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଚାଇନାର ପିପୁଲ୍ସ ଲିବରେସନ୍ ଆମୀ ବା ପିଏଲଏର ଟ୍ୟାଙ୍କକୁ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।

ରିପୋର୍ଟରେ କୁହାଯାଇଛି, ବ୍ୟାଙ୍କ ଅଫ୍ ଚାଇନାର ହେନାନ ବ୍ରାଞ୍ଚ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ବ୍ୟାଙ୍କର ସୁରକ୍ଷା ଓ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କରେ ପହଞ୍ଚିବାରୁ ରୋକିବା ପାଇଁ ରାସ୍ତାରେ ଟ୍ୟାଙ୍କ ମୁତୟନ କରାଯାଇଛି । ଚଳିତ ବର୍ଷ ଏପ୍ରିଲ ମାସରେ ଚାଇନାରେ ହୋଇଥିବା ବ୍ୟାଙ୍କ ଦୁର୍ନୀତି ଖବର ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟରେ ପ୍ରକାଶିତ ହୋଇଥିଲା । ଚାଇନା ବ୍ୟାଙ୍କରୁ ପ୍ରାୟ ୬୦୦ କୋଟି ଡଲାର ବା ୪୭ହଜାର କୋଟି ଟଙ୍କା ଗାୟବ ହୋଇଥିବା ଏଥିରେ ଖୁଲାସା ହୋଇଥିଲା । ଯାହା ପରେ ଚାଇନାର ହେନାନ୍ ଓ ଅନହୁଇ ଅଂଚଳରେ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରୋକ ଲଗାଯାଇଛି ।

Square Ad 1
Leave A Reply

Your email address will not be published.