Webportal

ଚାକିରି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ୍ କରିବା ବିପଜ୍ଜନକ: ରଘୁରାମ ରାଜନ

sanitry
0 84

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଦେଶରେ ଚାକିରୀର ସଙ୍କଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁକୁ ଟାର୍ଟେଗ୍ଟ କରିବା ବିପଜ୍ଜନକ ହୋଇପାରେ । ସେ ସଂଖ୍ୟାଲଘୁବାଦ ବା ପ୍ରସଙ୍ଗ ବିରୁଦ୍ଧରେ ଚେତାବନୀ ଦେଇ କହିଛନ୍ତି କି ଶ୍ରୀଲଙ୍କା ଏହାର ଉଦାହରଣ । ଯେତେବେଳେ କୌଣସି ଦେଶର ନେତା ଚାକିରୀର ସଙ୍କଟରୁ ଧ୍ୟାନ ହଟାଇବା ପାଇଁ ସଂଖ୍ୟାଲଘୁବାଦ ଦିଗରେ ଫୋକସ୍ କରେ ତେବେ ଦେଶର ଅବସ୍ଥା ଶ୍ରୀଲଙ୍କା ଭଳି ହୁଏ ।

ଆରବିଆଇର ପୂର୍ବତନ ଗଭର୍ଣ୍ଣର କହିଛନ୍ତି କି ସଂଖ୍ୟାଲଘୁଙ୍କୁ ‘ସେକେଣ୍ଡ ସିଟିଜନ୍’ରେ ପରିବର୍ତ୍ତନ କରିବାର କୌଣସି ବି ଚେଷ୍ଟା ଦେଶ ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ଏବଂ ଏହା ଦେଶକୁ ବିଭାଜିତ କରିବ । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ଦେଶ ଶିକ୍ଷା ଉପରେ ପର୍ଯ୍ୟାପ୍ତ ଖର୍ଚ୍ଚ କରୁନି । ଏହାର ପରିଣାମ ଠିକ୍ ହେବନି ବୋଲି ସେ ମତ ଦେଇଛନ୍ତି ।

ରାଜନ କହିଛନ୍ତି କି ‘ସଂଖ୍ୟାଲଘୁଙ୍କ ଏକ ବଡ ବର୍ଗକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ସଜାଇବାର କୌଣସି ବି ଚେଷ୍ଟା ଦେଶକୁ ବିଭାଜିତ କରିବ ଏବଂ ଅନ୍ତରୀଣ ଅସନ୍ତୋଷ ସୃଷ୍ଟି କରିବ । ଏଥିରେ ଦେଶରେ ବିଦେଶୀ ଦଖଲର ଆଶଙ୍କା ମଧ୍ୟ ସୃଷ୍ଟି ହେବ ।’ ଶ୍ରୀଲଙ୍କାରେ ଜାରି ସଙ୍କଟ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି କି ଏନେଇ ଫଳାଫଳ ସ୍ପଷ୍ଟ ଦେଖାଯାଉଛି । ଯେବେ ଦେଶର ନେତା ରୋଜଗାର ସୃଷ୍ଟି କରିବାରେ ଅସମର୍ଥତାରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରି ସଂଖ୍ୟାଲଘୁଙ୍କ ଉପରେ ଟାର୍ଗେଟ୍ କରନ୍ତି ସେତେବେଳେ ପରିସ୍ଥିତି ଏମିତି ହୁଏ ।

ରାଜନଙ୍କ ଅନୁସାରେ ଭାରତର ଧିର ବୃଦ୍ଧି ହାର କେବଳ କୋଭିଡ୍ ୧୯ ମହାମାରୀ ଯୋଗୁଁ ନୁହେଁ, ବରଂ ଅର୍ଥବ୍ୟବସ୍ଥାରେ ଏହି ଧିର ଗତି ମହାମାରୀ ପୂର୍ବରୁ ମଧ୍ୟ ଥିଲା । ପ୍ରକୃତରେ ଏକ ଦଶକ ପାଇଁ ବୋଧହୁଏ ବୈଶିକ ଆର୍ଥିକ ସଙ୍କଟର ପ୍ରାରମ୍ଭ ପରଠୁ ଆମେ ଯେତିକି କରିବାର ଥିଲା ସେତିକି କରିନାହାଁନ୍ତି । ଏହି ଖରାପ ପ୍ରଦର୍ଶନର ମୁଖ୍ୟ କାରଣ ବେକାରୀ ସମସ୍ୟା ବୋଲି ସେ କହିଛନ୍ତି। କେନ୍ଦ୍ରର ଅଗ୍ନିବୀର ସୈନ୍ୟ ଭର୍ତ୍ତି ଯୋଜନା ବିରୁଦ୍ଧରେ ବିରୋଧ ପ୍ରଦର୍ଶନରେ ରାଜନ କହିଛନ୍ତି କି ଏଥିରୁ ଜଣାପଡୁଛି କି ଯୁବପିଢି ଚାକିରୀ ପାଇଁ କେତେ ଆଶାବାଦୀ । କିଛି ଦିନ ପୂର୍ବରୁ ରେଲୱେର ୩୫ ହଜାର ଚାକିରୀ ପାଇଁ ୧.୨୫ କୋଟି ଆବେଦକଙ୍କୁ ଦେଖିବାକୁ ମିଳିଥିଲା । ଏହା ବିଶେଷ ରୂପେ ଏକ ଚିନ୍ତାଜନକ ବିଷୟ ବୋଲି ସେ କହିଥିଲେ ।

Square Ad 1
Leave A Reply

Your email address will not be published.