Webportal

ଚାରୋଟି ପରିବାରର ଘର ସମ୍ପତି ପୋଡି ଛାରଖାର

sanitry
0 266

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବ ପାଟଣା ସାହିରେ ଭୟାଭୟ ଅଗ୍ନିକାଣ୍ଡ ଘଟି ଚାରଟି ପରିବାରର ଆଠ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ସୁଚନା ଅନୁଯାୟୀ ଚିନ୍ତା ବେହେରା ପିତା – ଅରକ୍ଷିତ ବେହେରା , ବାବାଜୀ ବେହେରା ପିତା -ପବିତ୍ର ବେହେରା, ଜାନକୀ ବେହେରା ପିତା – ରବି ବେହେରା, ଭମ୍ବର ବେହେରା ପିତା – ଭାଇଗ ବେହେରା ସର୍ବସାନ୍ତ ହୋଇଯାଇଛନ୍ତି । ଜାନକୀ ବେହେରାଙ୍କର ଝିଅ ବାହାଘର ପାଇଁ ସମସ୍ତ ଜିନିଷ ପତ୍ର ଯଥା ବାସନ ସାମଗ୍ରୀ,ଖାଇବା ସାମଗ୍ରୀ, ଲୁଗାପଟା, ସୁନା, ରୂପା, ପ୍ରାୟ ୩୦ ହଜାର ଟଙ୍କା, ଗ୍ୟାସ୍ ଓ ବିଭାଘର ପାଇଁ କିଣି ଥିବା ସାମଗ୍ରୀ ପୋଡି ଛାରଖାର ହୋଇଯାଇଛି । ସତରେ ଯେମିତି ମୁଣ୍ଡରେ ପଥର ପଡିଛି, କୋହଭରା କଣ୍ଠରେ ପରିବାର ବର୍ଗ ଆକୂଳ ନିବେଦନ କରୁଛନ୍ତି । ସରକାରୀ ସାହାଯ୍ୟ ଦେବାସହିତ ଭାତ ମୁଠାଏ ଖାଇବା ପାଇଁ ବ୍ୟାକୁଳ ହେଉଛନ୍ତି । ଜିଲ୍ଲାରେ କଳକାରଖାନା ଗଢି ଉଠିଥିବାବେଳେ ଓ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିବା ବେଳେ ସତେ ଯେମିତି ବେହେରା ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିଫଳ ହୋଇଛି । ଏଠି ‘ମୋ ସରକାର’ ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଛି । ଜିଲ୍ଲା ପ୍ରଶାସନ ଓ 5T କାହା ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ରାତି ତିନିଟା ଠାରୁ ଦିନ ୧୦ଟା ପର୍ଯ୍ୟନ୍ତ ନା ଜିଲ୍ଲା ପ୍ରଶାସନ ନା ଲୋକ ପ୍ରତିନିଧି କାହାର ସାହାଯ୍ୟ ସହଯୋଗ ମିଳିନଥିବା ଅଭିଯୋଗ ହୋଇଛି । ଏ ବିଷୟରେ ବଅଁରପାଳ ତହସିଲଦାର ମହୋଦୟଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଜଣେ ଅମିନଙ୍କୁ ଘରପୋଡି କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Square Ad 1
Leave A Reply

Your email address will not be published.