ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମ ପଞ୍ଚାୟତ ସ୍ଥିତ ନାଲକୋ ନଗର ଆଞ୍ଚଳିକ କଲେଜ ପରିସରରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତରୁଣ କୁମାର ପଣ୍ଡା ଆତ୍ମରକ୍ଷା ଶିବିରକୁ ଉଦଘାଟନ କରିଥିଲେ । ଛାତ୍ରୀ ମାନଙ୍କୁ କିପରି ନିଜର ସୁରକ୍ଷା ପାଇଁ ଧର୍ଯ୍ୟ ଓ ସାହସର ସହ ପ୍ରତିକୂଳ ପରିସ୍ଥିତିରେ ମୁକାବିଲା କରିବାକୁ ପଡିବ ସେ ବିଷୟରେ ଅଧ୍ୟକ୍ଷ ଆଲୋକପାତ କରିଥିଲେ । ଉକ୍ତ ଶିବିରରେ ନାଲକୋ ନଗର ଥାନାର ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସରୋଜିନୀ ସାମାଡ଼ ମୁଖ୍ୟ ଅତିଥି ଓ ବବିନ ଗଡ଼ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ବାହ୍ୟ ଶତ୍ରୁକୁ କିପରି ମୁକାବିଲା କରିବାକୁ ପଡିବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ଶିକ୍ଷାନୁଷ୍ଠାନର କ୍ରୀଡ଼ା ଶିକ୍ଷକ ସଞ୍ଜୟ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ୧୦୩ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ୧୨ ଦିନ ଧରି ଚାଲିବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବରେ ସାଗରିକା ଅମାନ୍ତ ଓ ମନସ୍ମିନୀ ବେହେରା ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Prev Post