Webportal
Adarasha College

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା

sanitry
0 65

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା।ଗତ କାଲି ଆଠମଲ୍ଲିକ ଅଞ୍ଚଳର କର୍ମା ପୂଜାରେ ଏକ ଅଘଟଣ ଘଟି ଯାଇଛି। କିଶୋର ନଗର ଅଞ୍ଚଳର ଦୁଇ ଜଣ ଯୁବକ ଆଠମଲ୍ଲିକ ସହର କୁ କର୍ମା ପୂଜା ଦେଖି ଯାଇଥିଲେ। ଉଭୟ ହେଲେ ବାରଷା ମିର୍ଦ୍ଧା (୨୫) ଏବଂ ତାଙ୍କର ମଉସା ଅନୁଗୁଳ ଅଞ୍ଚଳର ବାପୁନ ବେହେରା ।ଉଭୟ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ସନ୍ଧ୍ୟା ପ୍ରାୟ ୭.୩୦ ବେଳକୁ ଅଟକି ଥିଲେ। ବାପୁନ ଙ୍କ ଅଭିଯୋଗ ଅନୁଯାଇ ସେ ତାଙ୍କ ପୁତୁରା ବାରଷା ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଚଖଣା ଦୋକାନ ରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ଟଙ୍କା ମାଗିଥିଲେ। ଟଙ୍କା ମାଗ କୁ ନେଇ ଉଭୟ ଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ ହୋଇଥିଲା। ମଦ କିଣିବାକୁ ଯାଇଥିବା ବାରଷା ଆସିବା ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା ଅପର ପକ୍ଷର ଜଣେ ଯୁବକ ପାଖରେ ରଖି ଥିବା ଛୁରୀ ରେ ବାରଷା ଙ୍କ ପେଟ କୁ ଭୂଷି ଦେଇଥିଲେ। ପ୍ରାଣ ବିକଳରେ ସେ ଦୌଡ଼ି ପଳାଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ଏକ ଖାଲି ମଦ ବୋତଲ ମୁଣ୍ଡରେ ପିଟି ଦେଇଥିଲେ। ଯାହା ଫଳରେ ବାରଷା ରକ୍ତ ଜୁଡୁବୁଡୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ପଟେ ଆଠମଲ୍ଲିକ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି।

Onida Ad
Square Ad 1
Leave A Reply

Your email address will not be published.