Webportal

ଜଗତସିଂହପୁର ବିଜେଡି ଜିଲ୍ଲା କମିଟି ପୁର୍ନଗଠନରେ ଅପରାଧ ଓ ଅନ୍ୟାନ୍ୟ ମାମଲାରେ ଜେଲ୍ ଫେରନ୍ତା ୨ଜଣ ବ୍ୟକ୍ତିଙ୍କୁ ଉପସଭାପତି ଭାବେ ସାମିଲକୁ ନେଇ ହଟଚମଟ

sanitry
0 132

ଜଗତସିଂହପୁର ବିଜେଡି ଜିଲ୍ଲା କମିଟି ପୁର୍ନଗଠନରେ ଅପରାଧ ଓ ଅନ୍ୟାନ୍ୟ ମାମଲାରେ ଜେଲ୍ ଫେରନ୍ତା ୨ଜଣ ବ୍ୟକ୍ତିଙ୍କୁ ଉପସଭାପତି ଭାବେ ସାମିଲ କରାଯାଇଛି । ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନାଙ୍କ ସମେତ ମୋଟ ୧୦୫ଜଣଙ୍କୁ ଏହି କମିଟିରେ ସ୍ଥାନ ମିଳିଥିବାବେଳେ ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଏବଂ ବିଭିନ୍ନ ମାମଲାରେ ଦୁଇ ଦୁଇଥର ଜେଲ୍ ଯାଇଥିବା ଓ ଦଳରୁ ୨ଥର ବହିଷ୍କୃତ ଅଶ୍ୱିନୀ କୁମାର ଦାସ(କୁନା)ଙ୍କୁ ଯଥାକ୍ରମେ ଉପସଭାପତି ଓ ବରିଷ୍ଠ ଉପସଭାପତି ଭାବେ ସାମିଲ କରାଯାଇଛି । ଯାହାକୁ ନେଇ ଆଜି ଜିଲ୍ଲା ରାଜନୀତି ସରଗରମ ହୋଇଥିବାବେଳେ ପରସ୍ପରକୁ କାଦୁଅଫିଙ୍ଗା ଆରମ୍ଭ ହୋଇଛି । ନବନିଯୁକ୍ତ ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଏଭଳି କମିଟି ପାଇଁ ଜିଲ୍ଲାର ପୂର୍ବତନ ଦଳୀୟ ସଭାପତି ତଥା ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କରିଥିବାବେଳେ ଦଳ ନିଷ୍ପତ୍ତି ନେଇଛି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ପ୍ରଶାନ୍ତ ପ୍ରୟାସ କରିଛନ୍ତି ।ଜ୍ୟୋତିକାନ୍ତ ଓ ଅଶ୍ୱିନୀଙ୍କ ଅପରାଧିକ ଇତିହାସ ପଦାକୁ ଆସିଛି । ଗ୍ୟାଙ୍ଗଷ୍ଟର ଟିଟୋ ସହଯୋଗୀ ଜ୍ୟୋତିକାନ୍ତଙ୍କୁ ଅଧା ଡଜନରୁ ଅଧିକ ମାମଲାରେ ଏସଟିଏଫ ଗିରଫ କରିଥିବାବେଳେ ଅଶ୍ୱିନୀ ଓରଫ କୁନାଙ୍କୁ ଦୁଇ ଦୁଇଥର ପୁଲିସ ଗିରଫ କରିଛି । ଅପରାଧ ମାମଲାରେ ଗିରଫ ହୋଇ ଅଶ୍ୱିନୀ ହାତରେ ସିଲଟ ଧରିବାର ଫଟୋଚିତ୍ର ପୂର୍ବରୁ ଭାଇରାଲ ହୋଇସାରିଥିବାବେଳେ ୨୦୧୧ ମସିହାରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ଲାକମେଲ କରି ୧.୨୦ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ୨୦୧୧ ନଭେମ୍ବର ମାସରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ । ସେତେବେଳେ ଏହାକୁ ନେଇ ରାଜନୀତିକ ହଟଚମଟ ହେବାରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଶ୍ୱିନୀଙ୍କ ସହ ଅପରାଧରେ ଜଡ଼ିତ ଲୋକଙ୍କ ବିଷୟରେ ତଥ୍ୟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ବିଜେଡି ତାଙ୍କୁ ସେତେବେଳେ ଦଳରୁ ମଧ୍ୟ ବହିଷ୍କାର କରିଥିଲା । କିନ୍ତୁ ଜେଲରୁ ଫେରିବା ପରେ ସେ ପୁଣିଥରେ ବିଜେଡିରେ ସକ୍ରିୟ ହୋଇଥିଲେ । ତାଙ୍କୁ ଦଳ ଜିଲ୍ଲାର ଉପସଭାପତି ପଦବୀରେ ଅବସ୍ଥାପିତ କରିଥିଲା । କିନ୍ତୁ ୨୦୧୬ ଅକ୍ଟୋବର ୫ତାରିଖରେ ପୁଣିଥରେ ଦଳ ତାଙ୍କୁ ବହିଷ୍କାର କରିଥିଲା । ମାତ୍ର ୨୦୨୦ ମସିହାରେ ତିର୍ତ୍ତୋଲ ଉପନିର୍ବାଚନବେଳେ ତାଙ୍କ ଉପରୁ ଦଳୀୟ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିନିଆଯାଇଥିଲା । ବିିଭିନ୍ନ ଅପରାଧରେ ଜେଲ୍ ଯାଇଥିବା ଅଶ୍ୱିନୀଙ୍କୁ ବିଜେଡି କିଭଳି ନିଜର ଜିଲ୍ଲା କମିଟିରେ ବରିଷ୍ଠ ଉପସଭାପତି ଭାବେ ସାମିଲ କଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

Square Ad 1
Leave A Reply

Your email address will not be published.