ଆଜି ଆମେ ଆପଣଙ୍କୁ ଅନୁଗୁଳ ପୌରପାଳିକା ର ୬ ନମ୍ବର ୱାର୍ଡରୁ କାଉନସିଲର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ରାଜେଶ ସେକସେରିଆ ଙ୍କ ବିଷୟରେ କିଛି ଜଣାଇବାକୁ ଯାଉଛୁ।
୬ ନମ୍ବର ୱାର୍ଡର ମୋଟ ଭୋଟର ସଂଖ୍ୟା ହେଉଛି ୯୪୩. ରାଜେଶ ଭାରତୀୟ ଜନତା ଦଳର ପ୍ରାର୍ଥୀ ଭାବେ ପଦ୍ମ ଚିନ୍ହରେ ପ୍ରତିଦ୍ବନ୍ଦିତା କରୁଛନ୍ତି।ତାଙ୍କର ବୟସ ୪୦ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ।ପେସାରେ ରାଜେଶ ଜଣେ ସାମ୍ବାଦିକ।ଗତ ଦୀର୍ଘ ୧୦ ବର୍ଷ ଧରି ସେ ବିଜେପି ର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଛନ୍ତି।
ଦଳୀୟ କାର୍ଯ୍ୟ କରିବା ସହ ସେ ସାମାଜିକ ସେବା ପ୍ରଦାନ ମଧ୍ୟ କରି ଆସୁଛନ୍ତି। ତାଙ୍କ କହିବା ଅନୁଯାୟୀ ସକାଳେ ଉଠିବାରୁ ରାତି ଶୋଇବା ପର୍ଯ୍ୟନ୍ତ ସେ ଲୋକ ଓ ତାଙ୍କ ସମସ୍ୟା ସହିତ ରହିଥାନ୍ତି। ପ୍ରତ୍ୟକ୍ଷ ଭାବେ ରକ୍ତଦାନ କରିବା, ଅସହାୟ କୁ ସାହାଯ୍ୟ କରିବା, ଭତା ପାଇବାକୁ ଲୋକଙ୍କୁ ସାହାଯ୍ୟ କରିବା, କୋଭିଡ ଟୀକା ପାଇଁ ସାହାଯ୍ୟ କରିବା ଆଦି ଅନେକ ପ୍ରକାରର ସାମାଜିକ ସେବା ସହିତ ସେ ଜଡିତ।ନିଜ ଖର୍ଚ୍ଚରେ ୱାର୍ଡରେ ପାଞ୍ଚଟି ବିଦ୍ୟୁତ ଖୁଣ୍ଟର ବ୍ୟବସ୍ତା ମଧ୍ୟ ଲୋକଙ୍କ ସୁବିଧା ପାଇଁ ସେ କରିଛନ୍ତି।
ରାଜେଶଙ୍କ କହିବା ହେଲା ତାଙ୍କ ୱାର୍ଡର ମୁଖ୍ୟ ସମସ୍ୟା ହେଲା ରାସ୍ତା, ଡ୍ରେନ, ପିଲାଙ୍କ ପାଇଁ ଖେଳ ପଡ଼ିଆର ଅଭାବ, ଷ୍ଟ୍ରୀଟ ଲାଇଟ, ଅଙ୍ଗନବାଡି କେନ୍ଦ୍ର ନିକଟରେ ନ ଥିବା ଆଦି, ଯେଉଁ ଗୁଡିକ ଜିତିଲେ ସମାଧାନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ହେବ।ତା ସହିତ ୱାର୍ଡ ବାସିନ୍ଦା ତାଙ୍କୁ ନିଜ ସମସ୍ୟାକୁ ନେଇ କେତେବେଳେ ବି ଜଣେଇ ପାରିବେ।
ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାର୍ଥୀଙ୍କ ବିଷୟରେ ଆମେ ଆପଣମାନଙ୍କୁ ଆମ ଖବର ଜରିଆରେ ସୂଚନା ଆଗକୁ ଦେବୁ।