ଆମେ ଆପଣଙ୍କୁ ମହିଳାଙ୍କ ପାଇଁ ସରଂଖିତ ଭୁବନେଶ୍ୱର ମହାନଗର ର ମେୟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ମଧୁସ୍ମିତା ଆଚାର୍ଯ୍ୟ ଙ୍କ ବିଷୟରେ କିଛି ଜଣାଇବାକୁ ଯାଉଛୁ।
ମଧୁସ୍ମିତା କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ହାତ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ଏମବିଏ।ତାଙ୍କର ପରିଚୟ ହେଉଛି ସେ ଧର୍ମଶାଳା ର ପୂର୍ବତନ କଂଗ୍ରେସ ବିଧାୟକ ସ୍ବର୍ଗତ କାଙ୍ଗାଳୀ ଚରଣ ପଣ୍ଡାଙ୍କ ବହୁ। ପୂର୍ବରୁ ସେ କମଳା ନେହୁରୁ ମହିଳା ମହାବିଦ୍ୟାଳୟ ର ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି।
ପ୍ରାର୍ଥୀପତ୍ର ରେ କରିଥିବା ଘୋଷଣା ଅନୁଯାୟୀ ସେ ଜଣେ କୋଟିପତି।ଭୁବନେଶ୍ୱର ରେ ମଧୁସ୍ମିତା ଙ୍କର ଦୁଇଟି ଲୁଗା ଦୋକାନ ମଧ୍ୟ ଅଛି।ସେ ଜଣେ ପ୍ରତିଭାବାନ ଖେଳାଡି ସହିତ ଓଡ଼ିଶୀ ନୃତ୍ୟାଙ୍ଗନା ମଧ୍ୟ ଅଟନ୍ତି। ତାଙ୍କ ଶଶୁରଙ୍କ ନିର୍ବାଚନ ପରିଚାଳନା ର ଅଭିଜ୍ଞତା ତାଙ୍କ ନିକଟରେ ରହିଛି।
ତାଙ୍କ ପ୍ରତିକ୍ରିୟାରେ ମଧୁସ୍ମିତା କହିଛନ୍ତି ଯେ ସେ ଜିତିଲେ ଏପରି କାମ ଲୋକଙ୍କ ପାଇଁ କରିବେ ଯାହାଦ୍ୱାରା ଲୋକମାନେ ତାଙ୍କୁ ଦଳ ନୁହେଁ ତାଙ୍କ କାମ ପାଇଁ ଜାଣିବେ।ଅର୍ଥବଳ କିମ୍ବା ବାହୁବଳ କୁ ନ ଦେଖି ଜନସାଧାରଣ ପ୍ରକୃତ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି।ତାଙ୍କର ଲୋକଙ୍କ ସେବା କରିବାର ପିଲାଦିନ ର ସ୍ବପ୍ନ ପୂରଣ କରିବାର ସୁଯୋଗ ପାଇଥିବା କଥା ସେ କହିଛନ୍ତି।ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ଯେ ଜିତିଲେ ତାଙ୍କର ପ୍ରମୁଖ କାମ ହେବ ବସ୍ତିବାସିନ୍ଦା ଏବଂ ମଧ୍ୟବିତ୍ତ ପରିବାରର ଲୋକଙ୍କ ଅସୁବିଧା ର ସମାଧାନ କରିବା।