Webportal

ଜାମ୍ମୁ କାଶ୍ମୀରରେ ମୁତୟନ ହେବେ ୧୦୦ ଅତିରିକ୍ତ କମ୍ପାନୀ

ଅବଦୁଲା, ମୁଫତି ଓ ଫୈଜଲ କଲେ ବିରୋଧ

sanitry
0 136

ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଆତଙ୍କବାଦ ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜାମ୍ମୁ କାଶ୍ମୀର ରେ ଅତିରିକ୍ତ ଶହେ କମ୍ପାନୀ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିର୍ଦେଶନାମା ଅନୁସାରେ ସିଆରପିଏଫ ର ୫୦ କମ୍ପାନୀ, ସଶସ୍ତ୍ର ସୀମା ବଳର ୩୦ କମ୍ପାନୀ ତଥା ବିଏସଏଫ ଓ ଆଇଟିବିପି ର ୧୦-୧୦ କମ୍ପାନୀ ସେଥରେ ମୁତୟନ କରାଯିବ।ଏହି ନିଷ୍ପତ୍ତି ଉପତ୍ୟକା ରେ ଆତଙ୍କବାଦ କୁ ନିୟନ୍ତ୍ରଣ କରିବାରେ ସହାୟକ ହେବ, କିନ୍ତୁ କିଛି ସ୍ଥାନୀୟ ନେତା ଏହାକୁ ନେଇ ଭୟଭୀତ ଅଛନ୍ତି ଓ ସେମାନେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରିବାରେ ଲାଗିଛନ୍ତି ଯେ କେନ୍ଦ୍ର ସରକାର ଆଗାମୀ ଅଗଷ୍ଟ ୧୫ ପରେ ଅନୁଛେଦ ୩୫ଏ କୁ ହଟାଇବାକୁ ଯାଉଥିବାରୁ ଏହି ପଦକ୍ଷେପ ନିଆ ଯାଉଛି।

Square Ad 1
Leave A Reply

Your email address will not be published.