Webportal

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ

କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ

sanitry
0 92

ଜିନ୍ଦଲ ର କି ଗୁଣ ଶୁଣିବେ: ମୂଳରୁ ପାହାଚ ପାହାଚ।କେଳେଙ୍କାରି ଲୁଚାଇବାକୁ ଯାଇ ଉତ୍କୋଚ ଦେବାକୁ ପ୍ରୟାସ।ଜନତାଙ୍କ ବୃହତ୍ତର ସ୍ୱାର୍ଥରେ ସରକାର ଜିନ୍ଦଲ ର ପରିଚାଳନା ନିଜ ହାତରେ ନେବାର ଆସିଛି ସମୟ।ଆମର ଏ ଖବର ଦେଖିଲେ ଅନେକଙ୍କ ଶରୀର ଝିମଝିମ ମାରିଯିବ। କାରଣ ଜନତାଙ୍କ ସ୍ବାର୍ଥ ବିରୁଦ୍ଧରେ ଓ ଜିନ୍ଦଲ ର ସ୍ବାର୍ଥ ରକ୍ଷା ପାଇଁ ଅନେକ ସରକାରୀ ଓ ବେସରକାରୀ ଦଲାଲ ବର୍ତ୍ତମାନ ପରିସ୍ଥିତିରେ ତାଙ୍କ କାମ ଚଳାଇଛନ୍ତି। ମିଳିଥିବା ଅଭିଯୋଗ ଅନୁଯାୟୀ ଏଇ ଗତ ୨୦ ତାରିଖରେ ଜିନ୍ଦଲ କୁ ନେଇ ଅନୁଷ୍ଠିତ ଆରପିଡିଏସି ବୈଠକରେ କ୍ଷତିଗ୍ରସ୍ତ ବଡକେରେଜେଙ୍ଗ ଗ୍ରାମ କମିଟି ର କୌଣସି ପ୍ରତିନିଧିଙ୍କୁ ସାମିଲ କରା ଗଲା ନାହିଁ। ତାହାହେଲେ ଜଣାପଡିଗଲା ଯେ ଉକ୍ତ ବୈଠକ କେବଳ ଔପଚାରିକତା ପୂରଣ କରିବା ପାଇଁ ଅନୁଷ୍ଟିତ ହୋଇଥିଲା। ଏବଂ ଶାସନ ପ୍ରଶାସନ ସମସ୍ତଙ୍କର ଏକ ସ୍ଵରରେ କେବଳ ଗୋଟିଏ ନିଷ୍ପତି କ୍ଷତିଗ୍ରସ୍ତ ଜନତା ମରନ୍ତୁ ପଛେ ଜିନ୍ଦଲ ତାର ସାମ୍ରାଜ୍ୟ ବିସ୍ତାର କରି ଚାଲୁ। ନଚେତ କ୍ଷତିଗ୍ରସ୍ତ ଜନତାଙ୍କ ପାଇଁ ଅନୁଷ୍ଟିତ ବୈଠକରେ ଗ୍ରାମ କମିଟି ର ପ୍ରତିନିଧିଙ୍କୁ ସାମିଲ ନ କରି ନିଜ ଇଙ୍ଗିତରେ କେବଳ ଦତ୍ସଖତ ମାରିବା ବ୍ୟକ୍ତିଙ୍କୁ କାହିକି ଅନୁଗୁଳ ଜିଲ୍ଲା ପ୍ରଶାସନ ବୈଠକରେ ସାମିଲ କରିଥାନ୍ତା ଯାହାର ଅଭିଯୋଗ ଉଭୟ କ୍ଷତିଗ୍ରସ୍ତ ଜନତା ଓ କଂଗ୍ରେସ ଦଳ ପକ୍ଷରୁ କରଯାଇଛି। କେବଳ ଏତିକି ନୁହେଁ ଜିନ୍ଦଲ କର୍ତ୍ତୃପକ୍ଷ ଙ୍କ ଦ୍ଵାରା କିଛି ଖବରଦାତା ମାନଙ୍କୁ ଏହି କେଳେଙ୍କାରୀ ର ଖବର ନ କରିବା ପାଇଁ ଉତ୍କୋଚ ଦେବାକୁ ଚେଷ୍ଟା କରାଯାଇଥିଲା। ଜିନ୍ଦଲ କର୍ତ୍ତୃପକ୍ଷ ଙ୍କ ଏହି ଘୂର୍ଣ୍ୟ ପ୍ରୟାସ ବିଫଳ ହୋଇଥିଲା ଓ ଖବରଦାତା ମାନେ ଜନତାଙ୍କ ସମ୍ମୁଖକୁ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟାକୁ ଆଣିଥିଲେ। ସେପଟେ କ୍ଷତିଗ୍ରସ୍ତ ଲୋକଙ୍କ ସଭାପତି ଆରପିଡିଏସି ବୈଠକ ପରଦିନ ଲିଖିତ ଭାବେ ଅନୁଗୁଳ ଜିଲ୍ଲାପାଳଙ୍କୁ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜିବାକୁ ହୋଉଥିବା ଆରପିଡିଏସି ବୈଠକକୁ ବାତିଲ କରି ଆଉ ଏକ ଆରପିଡିଏସି ବୈଠକ ର ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି ଯେଉଁଥିରେ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତିନିଧି ସାମିଲ ରହିବେ। କିନ୍ତୁ ଶାସନ ଓ ପ୍ରଶାସନ ଯେ ଏପରି କିଛି ପଦକ୍ଷେପ ଗ୍ରହଣ କରିବେ ତାହାର ବିଲକୁଲ ବି ଆଶା ନାହିଁ। ଯଦି ଜିନ୍ଦଲ କର୍ତ୍ତୃପକ୍ଷ ଉଭୟ ଶାସନ ଓ ପ୍ରଶାସନକୁ ଏଭଳି ଉଚ୍ଚ ସ୍ତରର ଦୁର୍ନୀତିଖୋର କରିଦେଇଛନ୍ତି ତେବେ ସରକାରଙ୍କୁ ଦେଶ ଓ ଜନତାଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଅନୁଗୁଳ ସ୍ଥିତ ଜିନ୍ଦଲ କାରଖାନାର ପରିଚାଳନା ଦାୟିତ୍ଵ ନିଜ ହାତକୁ ନେବାର ସମୟ ଆସିଛି।

Square Ad 1
Leave A Reply

Your email address will not be published.