ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୁଆଁଗାଁରେ ଅଘଟଣ । ଜେସିବି ମେସିନ ଚାପାରେ ଶିଶୁକନ୍ୟା ମୃତ।ସୂଚନା ଅନୁସାରେ ପାଇପଲାଇନ ବିଛା ଯିବା ପାଇଁ ଏକ ଜେସିବି ମେସିନ ଗାଁରେ କାମ କରୁଥିବା ସମୟରେ ସେଠାରେ ପଞ୍ଚୁ ନାଏକଙ୍କ ୩ବର୍ଷର ଝିଅ ପିପିଲି ନାଏକ ଖେଳୁଥିଲେ । ଜେସିବି ମେସିନ ମାଟି ଖୋଳି ଖୋଳି ଯାଉଥିବା ବେଳେ ଶିଶୁକନ୍ୟା ସେଠାରେ ଖେଳୁଥିବା କଥା ଅପରେଟର ଜାଣି ପରି ନଥିଲେ । ପଛକୁ ଯିବା ସମୟରେ ମେସିନଟି ଶିଶୁକନ୍ୟା ଉପରେ ମାଡି ଯାଇଥିଲା ।ଗାଡ଼ି ନମ୍ବର ଓ ଡି ୧୯ ୮୮୩୮। ଘଟଣା ସ୍ଥଳରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଗ୍ରାମବାସୀ ଜେସିବି ମେସିନ ଓ ଚାଳକକୁ ଅଟକ ରଖିବା ସହ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।

Prev Post
Next Post