ଅନୁଗୁଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁରେ ଦୁଇ ଭାଇଙ୍କୁ ହତ୍ୟା କରିଥିବା ଝସକେତନ ରାଉତକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଜିଲ୍ଲା ଓ ଦୌରା ଜଜ । କୁଶକିଳା ଗାଁର ଦୁଇ ସମ୍ପର୍କୀୟ ଭାଇ ହିରଣାକ୍ଷ ସାହୁ ଓ ଯୋଗେଶ୍ଵର ସାହୁକୁ ମାରି ମାଟି ତଳେ ପୋତି ଦେଇଥିବା ଘଟଣାରେ ମାନ୍ୟବର କୋର୍ଟ ୩୯ ଜଣଙ୍କ ସାକ୍ଷୀ ଓ ପ୍ରମାଣ ଆଧାରରେ ଝସକେତନକୁ ଦୋଷୀ ସାବସ୍ତ୍ୟ କରିଥିଲେ । ଏଥିପାଇଁ ଆଜି ୩୦୨ ଦଫାରେ ଝସକେତନକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୫ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି ଯାହା ମୃତକଙ୍କ ପରିବାରକୁ ଦିଆଯିବ । ଏହି ୫ ଲକ୍ଷ ଟଙ୍କା ଅନାଦେୟ ଅଧିକ ୩ ବର୍ଷ କାରା ଦଣ୍ଡାଦେଶ ଆଦେଶ ଦିଆ ଯାଇଛି । ଏତଦବ୍ୟତିତ ୧୦ ହଜାର ଟଙ୍କା ଜୋରିମାନାରେ ମଧ୍ୟ ଦଣ୍ଡିତ କରା ଯାଇଛି ଯାହା ଅନାଦେୟ ଅଧିକ ୩ ମାସ କାରାଦଣ୍ଡାଦେଶ ଭୋଗିବାକୁ ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଅଶାନ୍ତ କୁମାର ଦାସ ଆଜି ଆଦେଶ ଦେଇଛନ୍ତି । ସେପଟେ ଖୁଡି ଓ ପୁତୁରା ହତ୍ୟା ମାମଲା ଏବଂ କୋର୍ଟରୁ ଫେରାର ଘଟଣା ଅନ୍ୟ କୋର୍ଟରେ ବିଚାରାଧୀନ ରହିଛି ।