Webportal

ଝାରସୁଗୁଡା ରୁ ବିମାନ ସେବା ଆରମ୍ଭ

sanitry
0 153

ଆଜିଠାରୁ ଝାରୁସୁଗୁଡା –ଭୁବନେଶ୍ୱର ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଅନୁଯାୟୀ ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ ବିମାନସେବା ଆରମ୍ଭ ହେବ । ଏହି ଦୁଇ ସ୍ଥାନକୁ ଉଡାଣ ଅନୁମତି ପାଇଥିବା ଏୟାର ଇଣ୍ଡିଆର ସହଯୋଗୀ ସଂସ୍ଥା ଏଲାଏନ୍ସ ଏୟାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଝାରସୁଗୁଡ଼ାରେ ପହଞ୍ଚିଥିଲା । ଉଡାଣ ଯୋଜନାରେ ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିମାନେ ଝାରସୁଗୁଡା ବିମାନବନ୍ଦରରେ ଭୁବନେଶ୍ୱରରୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ ।

ସେହିପରି 55 ଜଣ ଯାତ୍ରୀ ଝାରସୁଗୁଡାରୁ ଭୁବନେଶ୍ୱର ଯାଇଥିଲେ । ଆଲିଆନ୍ସ ବିମାନର ଏଟିଆର-୭୨, 55 ଜଣ ଯାତ୍ରୀଙ୍କୁ ନେଇ ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ କରିଥିଲା । ଏଠାରେ ସୂଚନା ଥାଉ କି ଏଲାଏନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ୱର-ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ ।

Square Ad 1
Leave A Reply

Your email address will not be published.