Webportal

ଡାକ୍ତରଙ୍କ ମୃତ୍ୟୁ ପରେ କଣ ଅନୁଗୁଳ ଏସ୍ପିଙ୍କୁ ବଦଳାଇବାରେ ସକ୍ଷମ ହେବେ ତାଳଚେର ବିଧାୟକ; ବଡ ପ୍ରଶ୍ନ

sanitry
0 163

ଏକ ଦୁଃଖଦ ଘଟଣାରେ ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ତାଳଚେର ର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ୟାରୀମୋହନ ପ୍ରଧାନଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇ ଥିଲା। ଖବର ପାଇ ଶତାଧିକ ଲୋକ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ରୁଣ୍ଡ ହୋଇଥିଲେ । ପରେ ଡାକ୍ତରଙ୍କୁ ମିଛ କେଶରେ ଫସାଇ ଦିଆ ଯାଇଥିବା ଆଉ ପୁଲିସ ବିନା ତଦନ୍ତରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ କରିବା ସହ ଉତ୍ତେଜନା ଦେଖା ଦେଇଥିଲା । ଅନୁଗୁଳ ଏସ.ପି.ଙ୍କୁ ଏହି ଘଟଣା ପାଇଁ ଦାୟୀ କରିବା ସହ ସନ୍ଧ୍ୟା ଯାଏଁ ଏସ.ପି. ଅଫିସ ଘେରାଉ କରି ବସିଥିଲେ ଲୋକେ ।

ଆପଣ ମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ମୃତ ଡାକ୍ତରଙ୍କର ତାଳଚେର ବାଘୁଆବୋଲ ଅଞ୍ଚଳରେ ଏକ କ୍ଲିନିକ ରହିଛି । ଗତ ନଭେମ୍ବର ୮ ତାରିଖରେ ତାଳଚେର ଅଞ୍ଚଳର ଜଣେ ନାବାଳିକାଙ୍କ ପରିବାର ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ । ତେବେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଡାକ୍ତର ତାଙ୍କୁ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ କରିଥିଲେ । ଏହା ପରଦିନ ପୁଲିସ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ଅନୁଗୁଳ ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ବେଳେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡାକ୍ତର ଜଣଙ୍କ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ସମ୍ପର୍କୀୟ । ଏହା ସହ ଅନୁଗୁଳ ଏସ ପି ଓ ବିଧାୟକଙ୍କ ସମ୍ପର୍କ ଭଲ ନାହିଁ । ଏଣୁ ପୁଲିସ ମଧ୍ୟ ଫାଇଦା ନେଇ ତରବରିଆ ଭାବେ ଡାକ୍ତରଙ୍କୁ ଗିରଫ କରିଥିଲା ବୋଲି ଅଭିଯୋଗ କରି ଲୋକ ଏକ ଶୋଭାଯାତ୍ରାରେ ଆସି ଏସ.ପି ଅଫିସ ଘେରାଉ କରିଥିଲେ । ଦୀର୍ଘ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା ଡାକ୍ତର ୨୫ ଦିନ ହେଲା ଜେଲରେ ରହିବା ପରେ ତାଙ୍କ ମାନସିକ ଅବସ୍ଥା ବିଗିଡିବାରେ ଲାଗିଥିଲା । ମାନସିକ ଚାପଗ୍ରସ୍ତ ହୋଇ ଶେଷରେ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏଣୁ ଗିରଫ କରିଥିବା ଥାନା ଅଧିକାରୀ , ତଦନ୍ତକାରୀ ଅଧିକାରୀ ଓ ଅନୁଗୁଳ ଏସ ପି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏସ ପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହା ସକାଳ ପ୍ରାୟ ୧୦ ଟା ରୁ ସନ୍ଧ୍ୟା ପ୍ରାୟ ୬ ଟା ପର୍ଯ୍ୟନ୍ତ ଚାଲିଥିଲା। ।

ମୁଖ୍ୟ କଥା ହେଉଛି ତାଳଚେର ବିଧାୟକଙ୍କ ଅନୁଗୁଳ ଏସପିଙ୍କ ସହ ଉତ୍ତମ ସମନୟ ନ ଥିବା କଥା କାହାକୁ ଅଗୋଚର ନାହିଁ। ରାଜ୍ୟରେ ଅମଲାତନ୍ତ୍ରର ବିଶେଷ ପ୍ରଭାବ ରହୁଥିବାରୁ ନେତାଙ୍କୁ କାନ ମୁଣ୍ଡ ଆଉଁଶି ରହିବାକୁ ପଡୁଛି। ମୃତ୍ୟୁ ପରେ ଯେଉଁ ବିରୋଧ ହେଉଛି ତାହାର ତିଳେ ମାତ୍ର ଅଂଶ ଡାକ୍ତରଙ୍କ ଗିରଫଦାରୀ ପରେ ଦେଖିବାକୁ ମିଳି ନ ଥିଲା। ଏଣୁ ମୌକାର ଫାଇଦା ନେଇ ଡାକ୍ତରଙ୍କ ମୃତ୍ୟୁ କୁ ବାହାନା କରି ତୀର ଏସ୍ପିଙ୍କୁ
ମାରା ଜାଉଥିବା ଜଣାପଡୁଛି। କାଳେ ତାଙ୍କୁ ଜିଲ୍ଲାରୁ ହଟାଇ ଦିଆଯିବ ଏହି ଆଶା ରହିଥିବ।

ଏହି ସନ୍ଦେହକୁ ଆହୁରି ନିଆଁ ଦେଉଛି ଶନିବାର ହୋଇଥିବା ଅଘୋଷିତ ତାଳଚେର ବନ୍ଦ, ଯାହାକି ବିଧାୟକଙ୍କ ସମର୍ଥକ ବୋଲାଉଥିବା ଲୋକେ କରିଥିବା ଜଣାଯାଉ ଥିବା ବେଳେ ତାଙ୍କ ଶିବିର ଏହାକୁ ଜନସାଧାରଣ ସ୍ୱତପ୍ରବୃତ୍ ଭାବେ କରିଥିବା କହୁଛନ୍ତି, ଯାହା ନିହାତି ହାସ୍ୟାସ୍ପଦ କଥା ବୋଲି ପାଠକ ମାନଙ୍କୁ ଜଣାଇବାର ଆବଶ୍ୟକତା ନାହିଁ।

ଏପଟେ ଶନିବାର ସାମ୍ୱାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ବନ୍ଦ ଡାକରା ଦିଆ ଯାଇନଥିବା କଥା କୁହାଯାଇ ଥିବାବେଳେ ବିଜେପି ପକ୍ଷରୁ ବନ୍ଦ ପାଇଁ ଶାସକ ଦଳର ଲୋକଙ୍କୁ ଦାୟୀ କରାଯାଇ ଥିଲା।

ସେ ଯାହା ବି ହେଇ ରାଜ୍ୟରେ ଅମଲାତନ୍ତ୍ରର ତାକତ ସାମନାରେ ରାଜନେତା ମାନଙ୍କର କିଛି ଚାଲ କାମ କରିବ ତାହାର ତିଳେ ମାତ୍ର ଆଶା ନାହିଁ।

Square Ad 1
Leave A Reply

Your email address will not be published.