Webportal

ଡିଏନ ଗ୍ରୁପ ରେ ଲାଗିଥିବା ଟଙ୍କା କାହାର; ସନ୍ଦେହ ଘେରରେ କିଛି କ୍ଷମତାସୀନ ଅଧିକାରୀ ନେତା

sanitry
0 167

ଆଜି ଚତୁର୍ଥ ଦିନରେ ମଧ୍ୟ ଜାରି ରହିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢଉ। ଏତେ ପରିମାଣର ଅର୍ଥ ବିନିଯୋଗ ଦେଖି ରାଜ୍ୟ ଆବା କାବା। କେଉଁଠୁ ଆସିଲା ଏତେ ଅର୍ଥ। ଚର୍ଚ୍ଚା ଆରମ୍ଭ ଯେ କିଛି ପ୍ରଶାସନିକ ଅଧିକାରୀ ଏବଂ ନେତା ନିଜର କଳା ଟଙ୍କା ସେଠାରେ ବିନିଯୋଗ କରିଛନ୍ତି।

ମହର୍ଷି କଲେଜ ପାଚେରୀକୁ ଲାଗି 27 ମହଲାର ଏକ ଆପାର୍ଟମେଣ୍ଟ ତିଆରି କରୁଛି ଡିଏନ ଗ୍ରୁପ।ଗୋଟିଏ ଫ୍ଲାଟର ଦାମ ପ୍ରାୟ ୫ କୋଟି, ଯାହାକି ରାଜ୍ୟରେ ସବୁଠାରୁ ମହଙ୍ଗା ଆପାର୍ଟମେଣ୍ଟ ବୋଲି କୁହାଯାଉଛି।ରାଜଧାନୀର ମହର୍ଷି କଲେଜ ପାଖରେ ନିର୍ମାଣ ହେଉଛି ଡିଏନ କିଙ୍ଗସଲାଣ୍ଡ।ଏଥିପାଇଁ ସରକାର ଦେଇଛନ୍ତି ଦେଢ ଏକର ଜାଗା।70 ଟି ୟୁନିଟ ନିର୍ମାଣ ପାଇଁ BDA ଅନୁମୋଦନ ଦେଇଛି।ପୁରା ପ୍ରକଳ୍ପରେ ଖର୍ଚ୍ଚ ହେବ ପ୍ରାୟ ହଜାରେ କୋଟି ଟଙ୍କା।ଓଡ଼ିଶାର NRI ମାନଙ୍କୁ ଲକ୍ଷ୍ୟ ରଖି ଏହି ପ୍ରକଳ୍ପ ତିଆରି ହେଉଛି।

ଗତ ଇନଭେଷ୍ଟର ମିଟରେ ଡିଏନ ଗ୍ରୁପର ଅଧିକାରୀ ବିଦେଶ ଭ୍ରମଣ କରି କିଛି NRI ମାନଙ୍କୁ ଏହି ପ୍ରକଳ୍ପ ବାବଦରେ ଅବଗତ କରାଇଛନ୍ତି।ସରକାରୀ ଜମିକୁ ଶାଗମାଛ ଦରରେ ହାତେଇ ବ୍ୟବସାୟ କରିଚାଲିଛନ୍ତି ଏଭଳି କିଛି ସଂସ୍ଥା।ଗତ 4 ଦିନ ଧରି ଲଗାତାର ଚଢ଼ାଉ ଚାଲିଛି ଡିଏନ ଗ୍ରୁପ ଉପରେ ଚଢ଼ାଉ।

ଆଜି ଆଇଆର୍‌ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ରେଡ୍‌।ମିଳିଥିବା ପେନ୍ ଡ୍ରାଇଭ ଓ ହାର୍ଡ ଡିସ୍କକୁ ନେଇ ଚାଲିଛି ତନାଘନା।ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜମି ହାତେଇବା ନେଇ ଚାଲିଛି ଜେରା।

Square Ad 1
Leave A Reply

Your email address will not be published.