Webportal

ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ

sanitry
0 139

ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ  ଜାରି ରହିଥିଲା। ତେବେ ଆଜି ୩ମାସ ମଧ୍ୟରେ ଦାବିର ସମାଧାନ କରାଯିବ ବୋଲି ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ଡ୍ରାଇଭର ସଂଘ ସ୍ଥଗିତ ରଖିଛି। ଆସନ୍ତା ୩ ମାସ ପର୍ଯ୍ୟନ୍ତ ଆନ୍ଦୋଳନରୁ ଡ୍ରାଇଭର ସଂଘ ସ୍ଥଗିତ ରଖିଥିବା ନେଇ ସଂଘର ରାଜ୍ୟ ଯୁଗ୍ମ ସମ୍ପାଦକ ଶରତ ଚନ୍ଦ୍ର ସାହାଣୀ ସୂଚନା ଦେଇଛନ୍ତି।

ଡ୍ରାଇଭରଙ୍କ ଆନ୍ଦୋଳକୁ ନେଇ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ  ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟ ଯୋଗ ଦେଇଥିଲେ। ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ  ଡ୍ରାଇଭର ସଂଘର ଆବାହକଙ୍କୁ ଚିଠି ଦ୍ବାରା ଅବଗତ କରାଯାଇଥିଲା। ଏହା ପରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନକୁ ସ୍ଥଗିତ ରଖିଯାଇଛି।

Square Ad 1
Leave A Reply

Your email address will not be published.