ତାଳଚେର ମେଡିକାଲ କଲେଜରେ ରୋଗୀସେବା ଜାନୁଆରୀ ସୁଦ୍ଧା ଆରମ୍ଭ ହେବାର ବଢିଲା ଆଶା ; ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜିଲ୍ଲାପାଳଙ୍କ ସହ କ୍ରିୟାନୁଷ୍ଠାନ କମିଟିର ଆଲୋଚନା
ଅନୁଗୁଳ ଜିଲ୍ଲା ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ଅନିଶ୍ଚିତତା ଭିତର ଦେଇ ଗତି କରୁଛି । ଏହି ପ୍ରସଙ୍ଗରେ କାଲି ତାଳଚେର ମେଡିକାଲ କଲେଜର କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀ ଅନୁଗୁଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମେଡିକାଲ କଲେଜ ନେଇ ଆଲୋଚନା କରିଛନ୍ତି । ବିଧାନସଭାରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ୨୦୨୫-୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି । ପୂର୍ବରୁ ଏହା ୨୦୨୨ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କୁହା ଯାଇଥିଲା । ଏଣୁ ପ୍ରକୃତରେ ଏହାର କାର୍ଯ୍ୟକ୍ଷମ ହେବାର ସମୟ ନେଇ ପ୍ରଶ୍ନ ଉଠିଛି । ଏଥିପାଇଁ କ୍ରିୟାନୁଷ୍ଠାନ କମିଟି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଜିଲ୍ଲାପାଳ ଏ ବିଷୟରେ ମେଡିକାଲ କଲେଜ ରୋଗୀ ସେବା ଜାନୁଆରୀ ଶେଷ ସୁଦ୍ଧା ଆରମ୍ଭ ହେବା ସହିତ କଲେଜ ପାଠ୍ୟକ୍ରମ ପାଇଁ ଚେଷ୍ଟା ତ୍ୱରାନ୍ୱିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।