ତୃତୀୟ ଥର ପାଇଁ ନିଆଁ ଲଗାଇ ତାଳଚେର ବିଧାୟକଙ୍କ ସମ୍ପତି କ୍ଷତି କରିବାକୁ ଉଦ୍ୟମ, କାରଣ ଶତ୍ରୁତା ନା ସୁରକ୍ଷା ଚିନ୍ତା ଅସ୍ପଷ୍ଟ
ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଗାଡି ପୁଣି କେହି ଦୁର୍ବୁତ୍ତ ପୋଡି ଦେଇଛି।ବିଧାୟକ ଚଢୁଥିବା ଫରଚ୍ୟୁନର ଗାଡ଼ିଟି ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ଥିଲା ଓ ବିଳମ୍ବିତ ରାତିରେ ଗାଡ଼ିରେ ନିଆଁ ଲାଗୁଥିବା ଦେଖି ସେଠାରେ ଥିବା କର୍ମଚାରୀ ନିଆଁ ଲିଭାଇ ଥିଲେ । ବିଧାୟକ ରାତିରେ ସେହି କାର୍ଯ୍ୟାଳୟ ବା କ୍ୟାମ୍ପ ଅଫିସରେ ଥିଲେ । ଏହା ସହିତ ସେଠାରେ ଥିବା ବିଜୁ ଯୁବ ବାହିନୀର ଏକ ଗାଡିକୁ ମଧ୍ୟ ପୋଡ଼ି ଦିଆଯାଇଛି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ବିଧାୟକଙ୍କ ବାସ ଭଵନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର , ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା ଓ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସ ଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ।
ବିଧାୟକଙ୍କ ସହ ବ୍ୟବସାୟିକ ଶତ୍ରୁତା କିମ୍ବା ରାଜନୈତିକ ଶତ୍ରୁତା ନେଇ କେହି ଏଭଳି କରୁଥାଇ ପାରେ ବୋଲି ଅନୁମାନ କରାଯାଉଛି । ବିକ୍ରମପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ସରକାରଙ୍କ ଠାରୁ ସୁରକ୍ଷା ନେବାପାଇଁ ନିଜେ ଏପରି କରୁଥିବା କଥା କିଛି ଲୋକ ଚର୍ଚ୍ଚା କରୁଥିବାର ଦେଖାଯାଇଥିଲା।