ହାତୀ ଆକ୍ରମଣରେ ପତ୍ର ତୋଳାଳି ମୃତ ।
ଥମୁନି ହାତୀ ଅାତଙ୍କ ।ହାତୀ ଅାକ୍ରମଣରେ ପୁଣି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ଗାଁରେ ।ଏହି ଗାଁର ଖେଡୀ ମାଝୀ (୬୭) ପତ୍ର ତୋଳିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।ଖେଡୀ ଅାଜି ସକାଳେ ଗାଁ ପାଖ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇ ଘରକୁ ଫେରି ନଥିଲେ। ଫଳରେ ପରିବାର ଲୋକ ଓ ଗ୍ରାମବାସୀ ଜଙ୍ଗଲକୁ ଖୋଜିବାକୁ ଯାଇ ବୃଦ୍ଧାଙ୍କ ମୃତ ଶରୀର ଓ ହାତୀ ପାଦ ଚିହ୍ନ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଅାରମ୍ଭ କରିଛି ।

Prev Post
Next Post