Webportal

ଦଳବଦଳ କରୁଥିବା ନେତାଙ୍କ ପାଇଁ ଶିକ୍ଷା ଲାଭ କରିବାର ସମୟ

ଦାମଙ୍କ ସନ୍ୟାସ ଘୋଷଣା

sanitry
0 393

କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ଘୋଷଣା କରିବାର ଗୋଟିଏ ଦିନ ପରେ କାଲି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେପି ନେତା ଡାକ୍ତର ଦାମୋଦର ରାଉତ ଘୋଷଣା କରିଛନ୍ତି ଯେ ସେ ଆଉ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ।ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି ୨୦୧୯ ନିର୍ବାଚନ ପରେ ଦଳ ତାଙ୍କୁ ଆଶା କରୁନି।ନିଜ ପୁଅ ବିଧାୟକ ହୋଇଥିବାବେଳେ ତାଙ୍କର ଆଉ ପ୍ରତିଦ୍ବନ୍ଦିତାମୂଳକ ନିର୍ବାଚନରେ ଭାଗ ନେବା ଠିକ ହେବ ନାହିଁ।ଯେଉଁ ନେତା ନବୀନ ପଟ୍ଟନାୟକଙ୍କ ସହ ନିର୍ବାଚନ ଲଢ଼ିବାକୁ ଦମ୍ଭ ଦେଖାଉଥିଲେ ତାଙ୍କର ନାମ ବିଜେପୁର ଉପନିର୍ବାଚନ ପାଇଁ ଘୋଷିତ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ, କାରଣ ତାଙ୍କୁ ବିଜେପି ଏବେ ଗୁରୁତ୍ୱ ଦେଉନି ଓ ଅଲୋଡ଼ା ମନେକରି ଏକପ୍ରକାର ଦୁରେଇ ଦେଇଛି।ରାଜ୍ୟ ବିଜେପିର ଏପରି ବ୍ୟବହାର ବାଧୁଥିଲେ ମଧ୍ୟ ଦାମ କାହାକୁ କହିବେ? ନିଜେ କରିଥିବା କର୍ମର ଏ ହେଉଛି ଫଳ ବୋଲି ଲୋକେ କହୁଛନ୍ତି।ଦାମ ମଧ୍ୟ ଅନୁଭବ କଲେଣି ଯେ ବିଜେପି ନେତା ମାନେ ତାଙ୍କୁ ଆଉ ପଚାରିବେନି, ତେଣୁ ଦଳ ଉପରୁ ସେ ମଧ୍ୟ ମୋହ ତୁଟାଇ ସାରିଲେଣି ,ଯାହା ତାଙ୍କ କଥାବାର୍ତ୍ତାରେ ରହିଥିବା ଅସହାୟତା ସୂଚିତ କରୁଛି।ସେ ଗଣମାଧ୍ୟମ କୁ କହିଛନ୍ତି ଯେ ନିର୍ବାଚନ ର ପୂର୍ବ କଥା ଓ ପର କଥା ଭିତରେ ଆକାଶ ପାତାଳ ଫରକ ରହିଛି।ସେ କହିଛନ୍ତି ଯେ ବିଜେପୁର ନିର୍ବାଚନ କଥା ଗଣମାଧ୍ୟମ ରୁ ଜାଣିବାକୁ ପାଇଲେ ଓ ଯେଉଁ ଦଳ ତାଙ୍କୁ ପଚାରୁନି ସେ କଣ ଗୋଡ଼ାଇକରି ତାଙ୍କ ସହିତ ମିଶିବେ? ସାଧାରଣ ଜୀବନରେ ଜଣେ ବ୍ୟକ୍ତି ପାଇଁ ଦଳ ଅନିର୍ବାଯ୍ୟ ନୁହେଁ।ନିର୍ବାଚନ ପରେ ରାଜ୍ୟ କିମ୍ବା କେନ୍ଦ୍ରରେ ଥିବା ବିଜେପିର କୌଣସି ନେତା ତାଙ୍କ ସହ କଥା ହୋଇନାହାନ୍ତି ବୋଲି ଅତ୍ୟନ୍ତ କ୍ଷୋଭ ଭରା କଣ୍ଠରେ ଡାକ୍ତର ରାଉତ କହିଥିଲେ।ତାଙ୍କୁ କେହି ଡାକିନଥିଲେ ବି ଦୁଇ ଦୁଇ ଥର ମନକୁ ମନ ସଭାକୁ ଯାଇଥିଲେ।ସଭା ସରିଲା ପରେ ତାଙ୍କୁ କେହି କିଛି କହିଲେନି ଓ ସେ ଚାଲିଆସିଲେ ବୋଲି ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଥିଲେ।ଶେଷରେ ସେ କହିଛନ୍ତି ଯେ, ସେ ଲୋକଙ୍କ ସହିତ ରହିବେ, କିନ୍ତୁ ଆଉ ନିର୍ବାଚନ ରାଜନୀତି ପାଇଁ ତାଙ୍କର ଆଗ୍ରହ ନାହିଁ।

Square Ad 1
Leave A Reply

Your email address will not be published.